Odia News Portal

ମନ ଜାଣେ ପାପ, ମା’ ଜାଣେ ବାପ

ଭୁବନେଶ୍ବର: ନବୀନ ପଟ୍ଟନାୟକଙ୍କ କ୍ୟାବିନେଟସହଯୋଗୀ ଅଶୋକ ଚନ୍ଦ୍ର ପଣ୍ଡା ଏକାଧାରରେ ଜଣେସାମ୍ବାଦିକ (ପୂର୍ବତନ), ଅବସରପ୍ରାପ୍ତ ସରକାରୀଚାକିରିଆ, ପ୍ରଭୁ ଲିଙ୍ଗରାଜଙ୍କ ସେବାୟତ, ବିଧାୟକଏବଂ ସର୍ବୋପରି ମନ୍ତ୍ରୀ । ଏତେସବୁ ସାଙ୍ଗିଆ ଓପଦବୀର ଅଭିଜ୍ଞତା ଥିବା ଜମଏ ବିରଳ ବ୍ୟକ୍ତି ହେଲେଅଶୋକ ବାବୁ । ରାଜଧାନୀ ବାସିନା ଭାବେ ସ୍ବାଭାବିକଭାବରେ ଅଶୋକ ବାବୁ ଜଣେ ସ୍ଥିର ଚିତ୍ତ ଓଚେତନାର ବ୍ୟକ୍ତି ହୋଇଥିବା କଥା । କିନ୍ତୁ ଆଶ୍ଚର୍ଯ୍ୟରକଥା ତାଙ୍କ ଭିତରେ ଯେ ଅକାରଣେ ଏତେ ଭୟ ଓଡରର ଭାବନା ରହିଛି ତାହା ଜାଣିଲେ ପାଠକେ ଓତାଙ୍କର ଅନୁଗାମୀ ନିଶ୍ଚିତ ଭାବେ ଦୁଃଖିତ ହେବେ ।ଅଶୋକ ବାବୁଙ୍କ ଭଳି ଜଣେ ସମ୍ମାନସ୍ପଦ ବ୍ୟକ୍ତିଙ୍କବାବଦରେ ଏଭଳି ଖବରକୁ ପଢି ଅନେକଙ୍କ ମନରେପ୍ରଶ୍ନ ଉଠୁଥିବା ସ୍ବାଭାବିକ ଯେ, ସ୍ବାଧିକାର ଦୈନିକଏଭଳି ଖବର କାହିଁକି ଛାପୁଛି?

ବାସ୍ତବରେ ନିଜେ ଅଶୋକ ବାବୁ ନିଜର ଏହିଲକ୍ଷଣଟିକୁ ଲିକ୍ଷିତ ଭାବରେ ସ୍ବାଧିକାରକୁ ଜଣାଇଛନ୍ତି। ତାହା ପୁଣି ଜଣେ ଲାଇସେନ୍ସପ୍ରାପ୍ତ ସୁନାମଧନ୍ୟଆଇନଜୀବୀଙ୍କ ଜରିଆରେ ଏବଂ ସ୍ପିଡ ପୋଷ୍ଟମାଧ୍ୟମରେ । ପଣ୍ଡାଙ୍କ ଓକିଲ ଯେଉଁ ନୋଟିସଟିଦେଇଛନ୍ତି ସେଥିରେ ଏଭଳି କିଛି କଥା ଲେଖିଛନ୍ତିଯାହା ତାଙ୍କର ଡରୁଆ ଚେହେରାକୁ ସାମ୍ନାକୁ ଆଣିଛି ।ସ୍ବାଧିକାର ଖବରକାଗଜରେ ବିଭିନ୍ନ ସମୟରେଚଣ୍ଡାଶୋକ ନାମରେ କେତେଗୁଡିଏ ଖବର ପ୍ରକାଶପାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ପଣ୍ଡାଙ୍କ ପୂରାନାଁ ଯେହେତୁ ଅଶୋକ ଚନ୍ଦ୍ର ପଣ୍ଡା ତେଣୁଖବରକାଗଜରେ ଲିକ୍ଷିତ ଚଣ୍ଡାଶୋକ ଶବ୍ଦ ଓଚରିତ୍ରକୁ ନିଜେ ବୋଲି ଭାବିନେଇଛନ୍ତି ।

କେବଳ ଏତିକି ନୁହେଁ, ଆହୁରି ପରିତାପର ବିଷୟଏହାକୁ ନେଇ ସ୍ବାଧିକାର ଖବରକାଗଜକୁ ଓକିଲନୋଟିସ ଜରିଆରେ ବୁରାଭଲା କହିବାକୁପଛାଇନାହାଁନ୍ତି । ଯେତେବେଳେ କି ନିର୍ଦ୍ଧିଷ୍ଟ ଭାବେମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ନାଁ ନେଇ କୌଣସିଖବର ସ୍ବାଧିକାର ପକ୍ଷରୁ ପ୍ରକାଶ କରାଯାଇନାହିଁ ।ସ୍ବାଧିକାରରେ ପ୍ରକାଶ ପାଇଥିବା ଚଣ୍ଡାଶୋକ ଖବରସହିତ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ତାଳମେଳ ଥିବା ନେଇକୌଣସି ତୁଳନାତ୍ମକ ଖବର ପ୍ରକାଶ କରାଯାଇନଥିବାବେଳେ ଅଶୋକ ପଣ୍ଡାଙ୍କୁ ଅନୁମେୟ ହୋଇଛି ଯେ, ଖବରରେ ପ୍ରକାଶିତ ଚଣ୍ଡାଶୋକ ବୋଧହୁଏ ସେନିଜେ । ଓକିଲ ନୋଟିସରେ ଲେଖାଯାଇଥିବାବିଷୟକୁ ଓ ଭାଷାରୁ ସ୍ବାଧିକାରର ଅନୁମେୟ ହେଉଛିପଣ୍ଡାବାବୁ ଅକାରଣେ ଭୟଭୀତ ହେଉଛନ୍ତି ଏବଂପରିଣାମ ସ୍ବରୂପ ସ୍ବାଧିକାରକୁ ମାଲିମକଦ୍ଦମାର ଧମକଦେବାକୁ ପଛାଇ ନାହାଁନ୍ତି ।

ପଣ୍ଡାବାବୁଙ୍କ କହିବା କଥା (ଓକିଲ ନୋଟିସରେଲିକ୍ଷିତ) ସମ୍ପୃକ୍ତ ଖବର ପ୍ରକାଶ କରାଯାଇଛି ତାଙ୍କୁବଦନାମ କରିବା ପାଇଁ, ତାଙ୍କର ମାନ ସମ୍ମାନକୁପଚଣ୍ଡ ଭାବେ ଆଘାତ କରିବା ପାଇଁ । କେବଳ ଏତିକିନୁହେଁ, ସର୍ବସାଧାରଣରେ ତାଙ୍କର ଓ ତାଙ୍କ ପରିବାରରପ୍ରତିଷ୍ଠାକୁ ହାନୀ ପହଁଚାଯାଉଛି ।ସବୁଠାରୁ ବଡ ପ୍ରଶ୍ନହେୁଛି, ଯେତେବେଳେ ନିର୍ଦ୍ଧିଷ୍ଟ ଭାବେ ଅଶୋକ ଚନ୍ଦ୍ରପଣ୍ଡା ବା ତାଙ୍କ ପରିବାରର କୌଣସି ବ୍ୟକ୍ତିଙ୍କ ନାଁନେଇ ବା ପରିଚୟ ଦେଇ କୌଣସି ଖବର ପ୍ରକାଶକରାଯାଇନାହିଂ, ସେତେବେଳେ ପଣ୍ଡାବାବୁ ଏତେଭୟଭୀତ ବା ଡରିବାର କାରଣ କଣ?

ପଣ୍ଡାବାବୁଙ୍କ ଡରକୁ ନେଇ ସାଧାରଣରେ ଯେଉଁସନ୍ଦେହ ଉପୁଜିଛି, ତାହା ହେଲା, କଣ ଚଣ୍ଡାଶୋକନାମିତ ଖବର ସହ ପଣ୍ଡାବାବୁଙ୍କ ଚରିତ୍ରର ତାଳମେଳରହିଛି କି? ସମ୍ପୃକ୍ତ ଖବରରେ ଦିଆଯାଇଥିବା ତଥ୍ୟପଣ୍ଡାବାବୁଙ୍କ ସହ ମେଳ ଖାଉଛି କି?  ତା ନହେଲେଏଭଳି ପ୍ରତିକ୍ରିୟା କଣ ପାଇଁ ? ପଣ୍ଡାବାବୁଙ୍କ ଏତାଦୃଶବ୍ୟବହାର ଓଡିଆର ଏକ ଲୋକପ୍ରିୟ ଢଗ ଯାହାକୁଅନେକ ସମୟରେ ଡାକ୍ତର ଦାମୋଦର ରାଉତବ୍ୟବହାର କରିଥାନ୍ତା ତାହା ହେଲା – ମନ ଜାଣେପାପ, ମା ଜାଣେ ବାପ ।