ଭୁବନେଶ୍ୱର : ନାବାଳକ ଅପରାଧିକୁ ଧରି ରାଜଧାନୀ ପୁଲିସ୍ ଏବେ ହଟହଟା । କମିଶନରେଟ ପୁଲିସ୍ର ସ୍ପେଶାଲ ସ୍କ୍ୱାଡ୍
ଗିରଫ କରିଥିବା ନାବାଳକକୁ ପୁଲିସ୍ ଲୁଚାଇ ରଖିବା ଯୋଗୁଁ ପୁଲିସ୍ କମିଶନରଙ୍କ ଠାରୁ ଆରମ୍ଭକରି ଡିସିପି, ଥାନାବାବୁ
ଓ ସ୍ପେଶାଲସ୍କ୍ୱାଡ୍ ବାବୁ ସମେସ୍ତ ଅଦାଲତି ମାମଲାର ସ୧ୁଖୀନ ହୋଇଛନ୍ତି । ନାବାଳକର ପିତାମାତାଙ୍କ ପକ୍ଷରୁ ମାମଲା ଲଢୁଥିବା ବରିଷ୍ଠ ଆଇନ୍ଜୀବୀ କହିଛନ୍ତି ଯେ ରାଜେଶ ମହାରଣା
ନାମକ ଜଣେ ନାବାଳକକୁ ସ୍ପେଶାଲ ସ୍କ୍ୱାଡ୍ ପୁଲିସ୍ ଚଳିତମାସ ୭ ତାରିଖରେ ଏୟାରପୋର୍ଟ ଥାନା ଇଲାକାରୁ ଧରିଥିଲା ।
ଏହାପରେ ସମ୍ପୃକ୍ତ ନାବାଳକକୁ ଆଉ କୋର୍ଟ ଫରୱାର୍ଡ କଲାନାହିଁ । କୌଣସି ସୂତ୍ରରୁ ନାବାଳକର ପିତାମାତା ଖବର ପାଇଁ ଏୟାରପୋର୍ଟ ଥାନାକୁ ଯାଇ ପୁଅକୁ ଖୋଜିଥିଲେ । ହେଲେ ଥାନା ପକ୍ଷରୁ ସେମାନଙ୍କୁ ପୁଅର ଖବର ଦିଆଯିବା ବଦଳରେ ଗୋଟିଏ ପରେ ଗୋଟିଏ ଥାନାକୁ ଯିବାକୁ କୁହାଯାଇଥିଲା । ପୁଅକୁ ଖୋଜି ଖୋଜି ଖୋଜି ରାଜେଶ ପିତାମାତା ଏୟାରଫିଲ୍ଡ, ଖଣ୍ଡଗିରି ଓ ଚନ୍ଦ୍ରଶେଖରପୁର ଥାନାରୁ ନିରାଶ ହେବାପୋର ଅଦାଲତର ଆଶ୍ରୟ ନେଇଥିଲେ । ଆଇନ୍ଜୀବୀ ଶ୍ରୀ ସାହୁ ଏହି ଘଟଣାରେ ପୁଲିସ୍ କମିଶନର, ଡିସିପି, ସ୍ପେଶାଲସ୍କ୍ୱାଡ୍ ପୁଲିସ୍, ଖଣ୍ଡଗିରି ଓ ଏୟାରପୋର୍ଟ ଥାନା ଅଧିକାରୀଙ୍କୁ ପକ୍ଷ କରି ଏସ୍ଡିଜେଏମ୍ଙ୍କ ଅଦାଲତରେ ମାମଲା ରୁଜୁ କରିଥିଲେ । ନାବାଳକ କ୍ଷେତ୍ରରେ ପୁଲିସ୍ର ଏଭଳି ମାତ୍ରାଧିକ କାର୍ଯ୍ୟକୁ ଦେଖି ଅଦାଲତ ପକ୍ଷରୁ ତୁରନ୍ତ ୧୮ ତାରିଖ ସୁଦ୍ଧା ସମ୍ପୃକ୍ତ ନାବାଳକକୁ ଅଦାଲତରେ ହାଜର ପାଇଁ କୁହାଯାଇଥିଲା । ଅଦାଲତ କାର୍ଯ୍ୟାନୁଷ୍ଠାନ ଦେଖି କମିଶନରେଟ ପୁଲିସ୍ ତତ୍ପର ହୋଇଉଠିବା ସହିତ ସମ୍ପୃକ୍ତ ନାବାଳକକୁ ୧୮ ତାରିଖ ଦିନ ଇନ୍ଫୋସିଟି ଥାନା ପକ୍ଷରୁ ଗିରଫ ଦର୍ଶାଇ କୋର୍ଟ ଚାଲାଣ କରାଯାଇଥିଲା ।
ତେବେ ଇନ୍ଫୋସିଟି ଥାନା ପକ୍ଷରୁ ଏହି ମାମଲାରେ ଗାଡିଚୋରି ଦଫା ଲଗାଯାଇଥିବା ଆଇନ୍ଜୀବୀ ଶ୍ରୀ ସାହୁ କହିଛନ୍ତି । ସେ କହିଛନ୍ତି ଯେ ଜଣେ ନାବାଳକୁ ପୁଲିସ୍ ଧରିବାପରେ ୧୧ଦିନ କାଳ ଲୁଚାଇ ରଖିବା ଅତ୍ୟନ୍ତ ବେଆଇନ୍ କାର୍ଯ୍ୟ । ଏହି ସମୟରେ ପୁଲିସ୍ ତାକୁ ବ୍ୟାପକ ନିର୍ଯ୍ୟାତନା ଦେଇଥିବା ସନ୍ଦେହ କରାଯାଇଛି । ଏୟାରପୋର୍ଟ ଥାନା ଅଧିନରେ ସ୍ପେଶାଲସ୍କ୍ୱାଡ୍ ଧରିଥିବାବେଳେ କାହିଁକି ଇନ୍ଫୋସିଟି ଥାନା ପକ୍ଷରୁ କୋର୍ଟ ଚାଲାଣ କରାଗଲା ବୋଲି ଶ୍ରୀ ସାହୁ ପ୍ରଶ୍ନ କରିଛନ୍ତି । ଇତି ମଧ୍ୟରେ ଏହି ବାଳ ଅପରାଧିକୁ ବହ୍ମପୁର ବାଳସୁଧାର ଗୃହକୁ ପଠାଇ ଦିଆଯାଇଛି ।
ତେବେ ଆଇନ୍ଜୀବୀ ଶ୍ରୀ ସାହୁ ଦେଇଥିବା ସୂଚନା ଅନୁଯାୟୀ ଏହି ମାମଲାରେ ରିପୋର୍ଟ କୋର୍ଟରେ ୧୮ ତାରିଖ ସୁଦ୍ଧା ଦାଖଲ ପାଇଁ ଅଦାଲତ ପକ୍ଷରୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ୨୦ ତାରିଖ ସୁଦ୍ଧା ଏହି ରିପୋର୍ଟ ଦେଇପାରି ନାହିଁ । ପୁଲିସ୍ର ଏଭଳି କାର୍ଯ୍ୟକଳାପ ନେଇ ସେ ପୁଣିଥରେ ଅଦାଲତର ଦ୍ୱାରସ୍ଥ ହେବେବୋଲି ଆଇନ୍ଜୀବୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି ।
