Odia News Portal

ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି

ଭୁବନେଶ୍ବର : ଅନ୍ତରୀଣ ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ସତ୍ୟଜିତ ମହାନ୍ତି। ଗତକାଲି ବିଳମ୍ବିତ ରାତିରେ ବି.କେ ଶର୍ମାଙ୍କ ସ୍ଥାନରେ ସତ୍ୟଜିତଙ୍କୁ ଅନ୍ତରୀଣ ଦାୟିତ୍ୱ ଦିଆଯାଇଛି। ଆଜି ଦିନ ୧୦ଟାରେ ପୋଲିସ ମୁଖ୍ୟାଳୟ ଠାରେ ସତ୍ୟଜିତ୍‌ ମହାନ୍ତିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଛି । ନୂଆ ପୋଲିସ ଡିଜି ଅଭୟ ଦାୟିତ୍ୱ ନେବା ପର୍ଯ୍ୟନ୍ତ ସତ୍ୟଜିତ ଅନ୍ତରୀଣ ଦାୟିତ୍ୱରେ ରହିବେ।

ନ୍ୟାସନାଲ ପୋଲିସ ଏକାଡେମୀ ନିର୍ଦ୍ଦେଶକ ଥିଲେ ଅଭୟ । ଡେପୁଟେସନରୁ ଫେରିବା ପରେ ସେ ଦାୟିତ୍ୱ ନେବେ। ସତ୍ୟଜିତଙ୍କୁ ନୂତନ ଭାବେ ଗୁଇନ୍ଦା ନିର୍ଦ୍ଦେଶକ ଦାୟିତ୍ୱ ମିଳିଛି। ବରିଷ୍ଠ ଆଇପିଏସ ତଥା ପୋଲିସ ଡିଜି ବି କେ ଶର୍ମାଙ୍କୁ ଗୃହ ବିଭାଗ ଓଏସଡି ଦାୟିତ୍ୱ ଦିଆଯାଇଛି । ଅଗ୍ନିଶମ ବିଭାଗ ଡିଜି ଥିବା ବେଳେ ବି.କେ ଶର୍ମାଙ୍କ ନାଁରେ ବ୍ୟାପକ ଅନିୟମିତତା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ତାଙ୍କୁ ପୋଲିସ ଜିଡି ପଦରୁ ହଟାଇ ଦେଇଛନ୍ତି। ସୁନୀଲ ରାୟଙ୍କୁ ଅଗ୍ନିଶମ ବିଭାଗ ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି।