Odia News Portal

ବିବାହକୁ ନେଇ ଚର୍ଚ୍ଚାରେ ବିଧାୟକ ଓ ବିଧାୟିକା

ନୂଆଦିଲ୍ଲୀ()  ଆଜି ପୂର୍ବତନ ବିଧାୟକ ଅଖିଲେଶ ସିଂହଙ୍କ ଝିଅଙ୍କ ବିବାହ । କଂଗ୍ରେସ ବିଧାୟକ ଅଦୀତି ସିଂହ ୨୧ ତାରିଖରେ ପଞ୍ଜାବର କଂଗ୍ରେସ ବିଧାୟକ ଅଙ୍ଗଦ ସୈନୀଙ୍କୁ ବିବାହ କରୁଛନ୍ତି । ଉଭୟଙ୍କ ବିବାହ ନୂଆଦିଲ୍ଲୀରେ ଅନୁÂିତ ହେଉଛି । ଅଙ୍ଗଦ ଓ ଅଦୀତି ଦୁହେଁ ୨୦୧୭ ମସିହାରେ ବିଧାୟକ ହୋଇଥିଲେ ଓ ଉଭୟଙ୍କର ରାଜନୈତୀକ ପରିବାରରେ ଜନ୍ମ।

ଅଙ୍ଗଦ ୨୦୧୭ ମସିହାରେ ନିଜ ରାଜନୀତି କ୍ୟାରିଅର ଆରମ୍ଭ କରିଥିଲେ।

ଅପରପକ୍ଷରେ ଅଦୀତି ମଧ୍ୟ ଜଣେ ଏମିତି ବିଧାୟକ ଯିଏ ୨୦୧୭ ମସିହାରେ ୯୦୦୦୦ରୁ ଅଧିକ ଭୋଟ ସହ ରାୟବରେଲୀ ସଦରର ସିଟ୍ ଜିତି ନିର୍ବାଚନରେ ବିଜୟୀ ହୋଇଥିଲେ।