Odia News Portal

ଅନେକ ରୋଗରୁ ମୁକ୍ତି ଦିଏ କେଶର 

ଫୁଲର କେଶର ବିଷୟରେ ସମସ୍ତେ ଅଳ୍ପବହୁତେ ଜାଣନ୍ତି। ତେବେ ସ୍ବାଦ ଏବଂ ସୌନ୍ଦର‌୍ୟ୍ୟ କଥା ଉଠିଲେ ସର୍ବପ୍ରଥମେ କେଶରର ନାମ ଆସିଥାଏ। ଏହି କେଶର ଅନେକ ଅସାଧ୍ୟ ରୋଗ ପାଇଁ ରାମବାଣ ସଦୃଶ ହୋଇଥାଏ।
କ୍ୟାନ୍‌ସର:
କ୍ୟାନ୍‌ସର ପରି ମାରାତ୍ମକ ରୋଗ ପାଇଁ କେଶର ଲାଭଦାୟକ ହୋଇଥାଏ। କ୍ରୋସିନ ନାମକ କମ୍ପାଉଣ୍ଡ ଏଥିରେ ଭରପୂର ମାତ୍ରାରେ ରହିଛି। ଏହା ଶରୀରକୁ ଶକ୍ତି ପ୍ରଦାନ କରିଥାଏ, କ୍ୟାନ୍‌ସର ସହ ଲଢ଼ିବା ପାଇଁ। ଏଥିସହ ସ୍କିନ୍‌ କ୍ୟାନ୍‌ସର ଏବଂ ପ୍ରୋଟେଷ୍ଟ କ୍ୟାନ୍‌ସରଠାରୁ ରକ୍ଷା କରିଥାଏ।
ଆଣ୍ଠୁଗଣ୍ଠି ବାତ ଲାଗି ମହୌଷଧି:
କେଶର ଆଣ୍ଠୁଗଣ୍ଠି ବାତ ପାଇଁ ସବୁଠାରୁ ଭଲ ଔଷଧ। ଏଥିରେ ଥିବା କ୍ରୋସେଟିନ ମସ୍ତିଷ୍କରୁ ଅମ୍ଳଜାନ ଅଭାବକୁ ଦୂର କରିଥାଏ, ଯାହାକି ଆଣ୍ଠୁଗଣ୍ଠି ବାତ ରୋଗରୁ ଆମକୁ ରକ୍ଷା କରିଥାଏ।
ସ୍ମରଣ ଶକ୍ତି ବୃଦ୍ଧି:
କେଶର ସ୍ମରଣ ଶକ୍ତି ବୃଦ୍ଧି କରିବା ସହ ମସ୍ତିଷ୍କ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ଫଳରେ ଭୁଲିଯିବା ପରି ସମସ୍ୟାଠାରୁ ଆମକୁ ଦୂରେଇ ରଖିଥାଏ।