Odia News Portal

ଏହି ଉପାୟରେ ଡାଲିରେ ଦିଅନ୍ତୁ ଛୁଙ୍କ

ବଳକା ରହିଥିବା ଡାଲି କିମ୍ବା ନୂଆ କରି ବନାଉଥିବା ଡାଲିରେ ଏହିପରି ଭାବରେ ଦିଅନ୍ତୁ ତଡକା। ଏହି ଉପାୟ ହେଉଛି ବହୁତ ସହଜ୍‌। ଏହି ସହଜ ତଡକା ଦେବା ଦ୍ୱାରା ଆପଣଙ୍କ ଡାଲି ବହୁତ ଟେଷ୍ଟୀ ହୋଇଯିବ। ଯଦି ଆପଣ ସବୁ ଦିନ ଗୋଟିଏ ପ୍ରକାରର ଡାଲି ଖାଇ ଖାଇ ବୋର ହୋଇଗଲେଣି ତେବେ ଏହି ଉପାୟରେ ଥରେ ଡାଲିକୁ ଫୁଟାଇ ଦେଖନ୍ତୁ। ତେବେ ଆସନ୍ତୁ ଜାଣିବା ଏହା ପାଇଁ କଣ ସବୁ ଦରକାର ଏବଂ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ
-ରିଫାଇନ୍‌ ତେଲ

-ରନ୍ଧା ହୋଇଥିବା ଡାଲି

-ଜିରା, ସୋରିଶ

-ଅଦା

-ଭ୍ରୁଷଙ୍କ ପତ୍ର

-କଞ୍ଚା ଲଙ୍କା

-ରସୁଣ

-ହେଙ୍ଗୁ

-ପିଆଜ

-ଲୁଣ

-ଲାଲ ଲଙ୍କା ପାଉଡର

-ଘିଅ

ପ୍ରସ୍ତୁତି ପ୍ରଣାଳୀ
କଡାରେ ଅଧା ଚାମଚ ତେଲ ଗରମ କରନ୍ତୁ। ଏଥିରେ ଅଧା ଚାମଚ ଜିରା, ସୋରିଷ, ଅଦା, ଭ୍ରୁଷଙ୍ଗ ପତ୍ର, ଏକ ଚାମଚ ରସୁଣ ଏବଂ ଚିମୁଟାଏ ହେଙ୍ଗୁ ପକାଇ ଫ୍ରାଏ କରନ୍ତୁ ବା ଭାଜନ୍ତୁ।

ଏବେ ଏଥିରେ କଟା ପିଆଜକୁ ପକାଇ ଭାଜନ୍ତୁ। ଏହାପରେ ଏଥିରେ ଲୁଣ ଏବଂ ଅଳ୍ପ ଲାଲ ଲଙ୍କା ପାଉଡର ମିଶାନ୍ତୁ।

ଏହାପରେ ଏଥିରେ ଡାଲି ପକାନ୍ତୁ। ଏହା ଫୁଟିଗଲା ପରେ ଏହାକୁ ଧନିଆ ପତ୍ରରେ ସଜାଇ ଗରମା ଗରମ ସର୍ଭ କରନ୍ତୁ।