ଭୁବନେଶ୍ୱର : ଟ୍ରାଫିକ ଯାଞ୍ଚ କୋହଳ ହେଲା ଅର୍ଥ ନିୟମ ଉଲ୍ଲଘଂନକାରୀଙ୍କୁ ଯେ ଫାଇନ୍ ପଡ଼ିବ ନାହିଁ ତାହା ନୁହେଁ । କାଗଜପତ୍ର ଯାଞ୍ଚକୁ ୩ ମାସ ଘୁଞ୍ଚାଇ ଦିଆଯାଇଥିଲେ ବି ମୁଖ୍ୟ ରାସ୍ତାଗୁଡିକରେ ଯାନବାହନ ଚଳାଚଳ, ମଦୁଆ ଗାଡ଼ିଚାଳକ ଓ ଦ୍ରୁତଗତିରେ ଗାଡ଼ି ଚାଳକଙ୍କ ଉପରେ ନଜର ରଖିବ ସିସିଟିଭି । ଟ୍ରାଫିକ ପୋଲିସ ରାସ୍ତାରେ ଅଟକାଇ ଚାଲାଣ କାଟିବେ ନାହିଁ କି ଚାଳକଙ୍କ ସହ ଯୁକ୍ତିତର୍କ ହେବନାହିଁ । ଏଣିକି ଆରଟିଓ ଅଫିସରୁ ସିଧାସଳଖ ଯିବ ଇ-ଚାଲାଣ । ନିୟମ ଭାଙ୍ଗିଲେ ସୁଧମୂଳ ସହ ତଣ୍ଡ ଗଣିବେ ଉଲ୍ଲଂଘନକାରୀ । କେବଳ ଡ୍ରାଇଭିଂ ଲାଇସେନ୍ସ, ଫିଟ୍ନେସ ଭଳି ଗାଡ଼ି କାଗଜପତ୍ରକୁ ଛାଡ଼ିଦେଲେ ଅନ୍ୟ ସବୁ କ୍ଷେତ୍ରରେ ନୂଆ ଟ୍ରାଫିକ ନିୟମ କଡ଼ା କଡ଼ି ଭାବେ ଲାଗୁ ହେବ । ଏଥିପାଇଁ ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ନିର୍ଦ୍ଦେଶ ଦେଇଛି ପରିବହନ ବିଭାଗ ।
ସବୁଠାରୁ ବଡ଼ କଥା ହେଉଛି ରାଜଧାନୀ ଭୁବନେଶ୍ୱରରେ ପୁଲିସ୍ ଉଲ୍ଲଂଘନକାରୀଙ୍କ ସହିତ ଝଗଡ଼଼ା କରିବା ନାହିଁ । ନିୟମ ନମାନି ଖସିଗଲେ ଧରିନେବ ସିସିଟିଭି । ଅ ।ଉ ସେହି ଆଧାରରେ କରାଯିବ ଜୋରିମାନା । ସେହି ·ଲାଣ ଡାକରେ ସିଧା ଯିବ ଘରକୁ । ନୂଆ ଟ୍ରାଫିକ୍ କୋହଳ ପାଇବା ପରେ ରାସ୍ତାରେ ମନ ଇଚ୍ଛା ଗାଢ଼ି ଚଳାଉଛନ୍ତି ଗାଡ଼ି·ଳକ । କିଏ ବିନା ହେଲ୍ମେଟ୍ରେ ଦୁଇରୁ ଅଧିକ ଲୋକଙ୍କୁ ବସାଇ ଯାଉଛି ତ ଅ ।ଉ କଏ ରେଡ୍ ଲାଇଟ୍ ଅତିକ୍ରମ କରି ଛିଡ଼଼ା ହୋଇଛି । ଅ ।ଉ କିଏ ବିପରିତ ଦିଗରେ ଯାଉଛି । ଯେଉଁଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ଗାଡି ·ଳକଙ୍କ ଏପରି ବେପରୁଅ । ମନୋଭାବ ଅ ।ଉ ଚଳିବ ନାହିଁୟ କାରଣ ଅ ।ସନ୍ତାକାଲିଠାରୁ କଡ଼଼ାକଡ଼଼ି ଭାବେ ଲାଗୁ ହେବ ନିୟମ । ଅ ।ଉ ଏଥିରେ ଯିଏ ଉଲ୍ଲଂଘନ କରିବ, ତାକୁ ଗଣିବାକୁ ପଢ଼ିବ ଜୋରିମାନା ।
ଏଥିପାଇଁ ପରିବହନ କମିଶନର ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ୧୦ଟି ପଏଣ୍ଟ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି । ଏହି ନିୟମ ଗୁଡ଼ିକ ଉଲ୍ଲଂଘନ କରେ ଜୋରିମାନା ଦେବାକୁ ନିର୍ଦ୍ଦେଶ ମଧ୍ୟ ରହିଛି । ଯେମିତିକି ମଦ୍ୟପାନ କରି ଗାଡ଼ି ଚଳାଇଲେ ୧୦୦୦୦ ଟଙ୍କା, ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ୫୦୦୦, ଟ୍ରାଫିକ୍ର ବିପରୀତ ଦିଗରେ ଗାଡ଼ି ଚଳାଇଲେ ୫୦୦୦, ଗାଡ଼ି ·ଳନା ସମୟରେ ମୋବାଇଲ୍ ବ୍ୟବହାର କଲେ ୫୦୦୦, ବିପଦପୂର୍ଣ୍ଣ ଗାଡ଼ି ·ଳନା ପାଇଁ ୫୦୦୦, ଦୁଇଚକିଆରେ ତିନିଜଣ ଗଲେ ୫୦୦୦, ଅତ୍ୟଧିକ ଭାର ପରିବହନ ଲାଗି ୨୦୦୦, ରେଟ୍ ଲାଇଟକୁ ଅବମାନନା କଲେ ୫୦୦୦, ହେଲମେଟ୍ ନପିନ୍ଧିଲେ ୧୦୦୦ ଓ ସିଟ୍ ବେଲ୍ଟ ନ ପିନ୍ଧିଲେ ୧୦୦୦ ଟଙ୍କା ଲେଖାଏଁ ତଣ୍ଡ ଗଣିବାକୁ ପଡ଼ି଼ିବ ।
ତେବେ ରାଜଧାନୀ ଭୁବନେଶ୍ରରେ ନିୟମ ଉଲ୍ଲଂଘନକାରୀ ବର୍ତ୍ତିବାର ନାହିଁ । କାରଣ ଏଠି ଛକ ଛକରେ ଜଗିଛି ସିସି କ୍ୟାମେରା । ଅ ।ଉ ରୁପାଲି ଛକରେ ଲାଗିଛି ଅତ୍ୟାଧୁନିକ ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିଡର ମେସିନ୍ । ଯେଉଁଥିରେ ପୁଲିସ୍ ନଜରରୁ ହୁଏତ ଗାଢ଼ି ·ଳକ ଖସି ଯାଇ ପାରନ୍ତି । ହେଲେ ଏହି ମେସିନ୍ ଗାଡ଼ିର ନମ୍ବର ସ୍କାନ କରିନେବ । ପରେ ସେହି ଗାଡ଼଼ି ·ଳକଙ୍କ ପାଖକୁ ସିଧା ଡାକରେ ·ଲିଯିବ ମୋଟା ଅଙ୍କର ·ଲାଣ । ପୁଲିସ ନଧରିଲେ ମଧ୍ୟ ତଣ୍ଡ ଗଣିବେ ଉଲ୍ଲଂଘନକାରୀ । ଏମିତିକି ଜୋରିମାନା ନଦେଲେ ଅର୍ଟିଓ ଅଫିସ୍ ଖାତାରେ ନାଁ ଗଡ଼ିବ । ପରେ ସୁଧ ମୂଳ କରି ଉଲ୍ଲଂଘନକାରୀଙ୍କଠୁ ଆଦାୟ ହେବ ଜୋରିମାନା । ଏ ସମ୍ପର୍କରେ ସୂଚନା ଦେଇଛନ୍ତି ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ।
ଟ୍ରାଫିକ୍ ନିୟମକୁ କଡ଼଼ାକଡ଼଼ି କରାଯାଇଛି । ଏହା ସତ୍ତେ୍ୱ ମଦୁଅ । ଗାଢ଼ି ·ଳକମାନେ ସାବାଢ଼ ହେଉ ନାହାନ୍ତି । ମଦ ପିଇ ମନ ଇଚ୍ଛା ଗାଡ଼ି଼ି ଚଳାଉଛନ୍ତି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ ଅ ।ଗରେ ଅଛି । ଗତ ୨୬ ଘଣ୍ଟା ଭିତରେ ମୋଟ୍ ୧୬୦ ଜଣ ଗିରଫ ହୋଇଥିବା ବେଳେ ସେଥିରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ଜଣ ମଦୁଅ । ଡ୍ରାଇଭର ଗିରଫ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ପୁଲିସ ମହାନିର୍ଦ୍ଦେଶକ ତ୍ସୟଜିତ ମହାନ୍ତିୟ ସେହିପରି ବାଙ୍କୀ ଜାତମୁଣ୍ଡିଆ ଛକରେ ଜଣେ ମଦ୍ୟପ ଡ୍ରାଇଭରଙ୍କଠାରୁ ୧୦ ହଜାର ଟଙ୍କା ·ଲାଣ କଟା ଯାଇଛି ।
