Odia News Portal

ସୁନା ବେପାରୀଙ୍କୁ ହାଣିକରି ଲୁଟ୍‌

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ଅଂଚଳରେ ଲୁଟେରା ମାନେ ସକ୍ରିୟ ହୋଇଉଠିଛନ୍ତି । ଗତ କିଛିଦିନ ଭିତରେ ଜଣେ ମଦ ବ୍ୟବସାୟୀଙ୍କୁ ଦିନ ଦୁଇ ପ୍ରହରରେ ବନ୍ଧୁକ ଦେଖାଇ ୨ ଲକ୍ଷ ୮୩ ହଜାର ଟଙ୍କା ଲୁଟିନେଇଥିବା ବଳେ , ଏହି ସପ୍ତାହରେ ପଟ୍ଟାମୁ ଣ୍ଡାଇ ଅଂଚଳର ବାଲିପାଟଣା ଗ୍ରାମର ଜଣେ ବ୍ୟକ୍ତି ଠାରୁ ଗାଡି ଡିକି ରୁ ୮୯ ହଜାର ଲୁଟ ହୋଇଥିଲା।

ରଵିଵାର ପଟ୍ଟାମୁଣ୍ଡାଇ ମାଟିଆ ଗ୍ରାମର ସୁନା ବପୋରୀ ବ୍ୟବସାୟ ସାରି ବିଜୟ ସାହୁ ଓ ତାଙ୍କ ଭାଇ ଲକ୍ଷ୍ମୀଧର ସାହୁ ଓ ପୁତୁରା ରାଧାଗୋବିନ୍ଦ ସାହୁ ଘରକୁ ଫେରୁଥିବା ବଳେ ଖଡିଅଟଂ। ଛକ ନିକଟରେ ଲୁଟେରାମାନେ ଆକ୍ରମଣ କରି ୭୦ ଗ୍ରାମ ସୁନା ୧ କେଜି ରୁପା ସହିତ ୫ହଜାର ଟଙ୍କା ଲୁଟି ନେଇଛନ୍ତି ।  ଲୁଟେରାଙ୍କ ଆକ୍ରମଣରେ ଏହି ତିନି ଜଣ ଗୁରୁତର ହୋଇଛନ୍ତି । ୩ ଜଣଙ୍କୁ  ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି