Odia News Portal

ମୋବାଇଲ୍‌ ଫୋନ୍‌କୁ କାନରେ ଚାପି ଅଧିକ ସମୟ କଥା ହେବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ମୋବାଇଲ୍‌ ଫୋନ୍‌କୁ କାନରେ ଚାପି ଅଧିକ ସମୟ କଥା ହେବା ସ୍ୱାସ୍ଥ୍ୟ ପାଇଁ ଭଲ ନୁହେଁ। କାରଣ ଏଥିରୁ ଏକ ପ୍ରକାର ଚୁମ୍ବକୀୟ-ବୈଦ୍ୟୁତିକ ଶକ୍ତି ବିକିରଣ ହୁଏ ଏବ˚ ତାହା ଶରୀର ଉପରେ କୁପ୍ରଭାବ ପକାଏ। ବିଶେଷଜ୍ଞଙ୍କ ମତରେ ବଧିରତା କି˚ବା ନିଦ୍ରାହୀନତା ସମସ୍ୟା ସୃଷ୍ଟି ପଛରେ ମୋବାଇଲ୍‌ ଫୋନ୍‌ ଏକ କାରଣ। କାନରେ ମୋବାଇଲ୍‌ ଫୋନ୍‌କୁ ଚାପି ରଖି ଅଧିକ ସମୟ କଥା ହେଉଥିବା ବ୍ୟକ୍ତିିଙ୍କ କ୍ଷେତ୍ରରେ ଏହି ଆଶଙ୍କା ଅଧିକ। ମୋବାଇଲ୍‌ ଫୋନ୍‌ର ମାତ୍ରାଧିକ ବ୍ୟବହାର ଏବ˚ ଏହା ଦ୍ୱାରା ଘଟୁଥିବା ସ୍ୱାସ୍ଥ୍ୟ ସମସ୍ୟା ବାବଦରେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସ˚ଗଠନ ପକ୍ଷରୁ ସତର୍କ କରିଦିିଆଯାଇଛି।
ଏହା କେବଳ ବେକ, କଚଟି, ଆଖି, ଆଙ୍ଗୁଳିକୁ ପ୍ରଭାବିତ କରେ ନାହିଁ; କର୍କଟ ଆଶଙ୍କା ମଧ୍ୟ ସୃଷ୍ଟି କରେ। ମୁଣ୍ତବ୍ୟଥା ସହ ସ୍ମରଣ ଶକ୍ତି କମିଯାଇପାରେ। ଏଥିପାଇଁ ସାବଧାନ ରହନ୍ତୁ। କଥା ହେବା ବେଳେ ଫୋନ୍‌କୁ କାନ ଠାରୁ ସାମାନ୍ୟ ଦୂରେଇ ରଖନ୍ତୁ। କ୍ରମାଗତ ପନ୍ଦର ମିନିଟ୍‌ରୁ ଅଧିକ ସମୟ କଥା ନ ହେବାକୁ ଚେଷ୍ଟା କରନ୍ତୁ। ଇଅର‌୍‌ ଫୋନ୍‌ କି˚ବା ବ୍ଲୁ ଟୁଥ୍‌ ବ୍ୟବହାର କରି କଥା ହେବା ନିରାପଦ। ଫୋନକୁ ଶରୀର ଉପରେ ରଖି କଥା ହୁଅନ୍ତୁ ନାହିଁ କି˚ବା ତକିଆ ତଳେ ରଖି ଶୁଅନ୍ତୁ ନାହିଁ।