Odia News Portal

ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କଲେ ଅଧ୍ୟାପକ

ରାଇରଙ୍ଗପୁର :  ରାଇରଙ୍ଗପୁରରେ ପୁଣି ଲଜ୍ଜା । ରାଇରଙ୍ଗପୁର କଲେଜର ଜଣେ ଅଧ୍ୟାପକ ନିଜ ପାଖରେ ଟିଉସନ ହେଉଥିବା ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ଗିରଫ ଅଧ୍ୟାପକ ହେଲେ ରାଇରଙ୍ଗପୁର ମହାବିଦ୍ୟାଳୟର କଂପ୍ୟୁଟର ଶିକ୍ଷକ ନିରୋଜ ବେହେରା । ନାବାଳିକା ଛାତ୍ରୀ ଜଣକ ଟିଉସନ ପରେ ଘରକୁ ଯିବାକୁ ବାହାରୁ ଥିଲେ । ଏହି ସମୟରେ କଥା ଅଛି କହି ଅଧ୍ୟାପକ ଅଟକିବାକୁ କହିଥିଲେ ।

ଅନ୍ୟ ଛାତ୍ରୀମାନେ ଚାଲିଯିବା ପରେ ତାଙ୍କୁ ଅସଦାଚରଣ କରିଥିବା ଓ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି । ଛାତ୍ରୀ ଜଣକ ଘରେ ନିଜ ମା ଙ୍କୁ ଘଟଣା ବିଷୟରେ ଜଣାଇବା ପରେ ପରିବାର ଲୋକେ ଥାନାରେ ଏତଲା ଦେଇଥିଲେ । ଟାଉନ ପୋଲିସ ସଂପୃକ୍ତ ଅଧ୍ୟାପକଙ୍କୁ ଗିରଫ କରିଛି ।  ରାଇରଙ୍ଗପୁର ମହାବିଦ୍ୟାଳୟ ରେ ଅଧ୍ୟାପିକା ଆତ୍ମହତ୍ୟା ମାମଲା ଥଣ୍ଡା ନ ପଡୁଣୁ ଅଧ୍ୟାପକଙ୍କ ଏଭଳି କାରନାମା ଚର୍ଚ୍ଚାର ବିଷୟ ପାଲଟିଛି ।