Odia News Portal

ନବୀନ ନିବାସରେ ନୂଆପଲ୍ଲୀ ଅଞ୍ଚଳଵାସୀ

ଭୂବନେଶ୍ୱର : ମହାନଗର ନିଗମ ୱାର୍ଡ ନଂ-୩୯, ନୟାପଲ୍ଲି, ନୂଆସାହି, ବାଲିତୋଟା ସାହି, ଶାସ୍ତ୍ରୀନଗରର କିଛି ଅଂଶକୁ
ନେଇ ଗଠିତ । ଏହି ୱାର୍ଡରେ ପ୍ରାୟ ଦୁଇ ଲକ୍ଷରୁ ଉଦ୍ଧ୍ୱର୍ ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରେ ଅଧିକାଂଶ ବରିଷ୍ଠ ନାଗରିକ,  ଛୋଟ ପିଲା ଓ ମହିଳା । ଏହି ବହୁ ପୁରାତନ ୱାର୍ଡ ଟି ରାଜ୍ୟ ସଚ୍ଚିବାଳୟ ଓ ଭୁବନେଶ୍ୱର ମହାନଗର ନିଗମର ଅନତି ଦୂରରେ ଥିବା  ସତ୍ତେ୍ୱ ଦୀପତଳ ଅନ୍ଧାର ଭଳି ସବୁ ପ୍ରକାର ମୌଳିକ ସୁବିଧାରୁ ବଞ୍ôଚତ । ଉକ୍ତ ୱାର୍ଡ ରେ ସର୍ବସାଧାରଣଙ୍କ ନିମନ୍ତେ ପାର୍କ, ଖେଳ  ପଡ଼ିଆ, ଡ଼ାକ୍ତରଖାନା, ବ୍ୟାୟାମ ଶାଳା, ପାଠାଗାର ଓ ୱାଟର୍ ଏ.ଟି.ଏମ୍ ଭଳି ମୌଳିକ ସୁବିଧା ଯୋଗାଇ ଦିଆଯାଇନାହିଁ ।

 

ଏହି ଅଞ୍ଚଳର ସର୍ବସାଧାରଣଙ୍କ ଦୃଢ ବିରୋଧ ସତ୍ତେ୍ୱ ମଧ୍ୟ ସର୍ବପୁରାତନ କଲ୍ୟାଣ ମଣ୍ଡପକୁ ଭଙ୍ଗାଯାଇ ଅବ୍ୟବହୃତ ଅବସ୍ଥାରେ ପକାଇ ଦିଆଯାଇଛି । ପାର୍କ ନଥିବାରୁ ଏହି ଅଞ୍ଚଳର ବରିଷ୍ଠ ନାଗରିକି ମାନେ ରାସ୍ତା କଡରେ ବିପଦ ଜନକ ଅବସ୍ଥାରେ ବ୍ୟାୟାମ କରିବାକୁ ବାଧ୍ୟ ହେଉଛନ୍ତି ।  ଭୂବନେଶ୍ୱର ସ୍ମାର୍ଟ ସିଟିର ମାନ୍ୟତା ପାଇବା ପରେ, ଉକ୍ତ ଖାଲି ସ୍ଥାନରେ ଏକ ସର୍ବସାଧାରଣ ପ।।ର୍କ ନିର୍ମାଣ ପାଇଁ ନୂଆ ସାହି  ବରିଷ୍ଠ ନାଗରିକ କଲ୍ୟାଣ ସଂଘ, ମହାବୀର ସାମାଜିକ ସଂଗଠନ, କସ୍ତୁରୀ ମହିଳା ସଙ୍ଗଠନ , ନୂଆସାହି ଆଞ୍ଚଳିକ ବିକାଶ କେନ୍ଦ୍ର ଓ ଏଲ.ଏନ. ଲାଫ୍ଟର କ୍ୱବ ତଥା ସ୍ଥାନୀୟ ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା ଲିଖିତ ଭାବେ ରାଜ୍ୟସରକାର ତଥା ଭୂବନେଶ୍ୱର ମହାନଗର ନିଗମଙ୍କ ଦୃଷ୍ଟି ଆକର୍ଷଣ କରିବା ସତ୍ତେ୍ୱ ଅଦ୍ୟାବଧି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

 

ଅପରପକ୍ଷେ ଉକ୍ତ ସ୍ଥାନରେ ସରକାରୀ ବାସଗୃହ ନିର୍ମାଣ କରିବା ସମ୍ପର୍କିତ ଖବର ବିଭିନ୍ନ ସମ୍ବାଦ ପତ୍ରରେ ପ୍ରକାଶ ପାଇଛି । ଉକ୍ତ ଖବର ଅଞ୍ଚଳ ବାସୀଙ୍କୁ କ୍ଷୁବ୍ଧ୍ କରିଛି । ପ୍ରକାଶ ଥାଉକି ଉକ୍ତ ଖାଲି ଜାଗା ବ୍ୟତୀତ ୩୯ ନମ୍ବର ୱାର୍ଡ ରେ ପାର୍କ ପାଇଁ ଆଉ କୌଣସି ଉପଯୁକ୍ତ ସ୍ଥାନ ନାହିଁ । ସରକାରୀ କ୍ୱାର୍ଟର ଅନ୍ୟତ୍ର ତିଆରି ହୋଇପାରିବ କିନ୍ତୁ ପାର୍କଟି ଉକ୍ତ ସ୍ଥାନ ବ୍ୟତୀତ ଅନ୍ୟତ୍ର ହେଲେ ୩୯ ନଂ ୱାର୍ଡ ବାସିନ୍ଦା ତାର ସଦୁପଯୋଗ କରିପାରିବେ ନାହିଁ । ଇତି ମଧ୍ୟରେ ବରିଷ୍ଠ ନାଗରିକ କଲ୍ୟାଣ ସଂଘ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ମାନ୍ୟବର ଗୃହ ନଗର ଉନ୍ନୟନ ମନ୍ତ୍ରୀ ମହୋଦୟଙ୍କୁ ଅନୁରୋଧ କରିଥିଲେ । ଏଥିପାଇଁ ମାନ୍ୟବର ମନ୍ତ୍ରୀ ମଧ୍ୟ ସ୍ୱୀକୃତି ପ୍ରଦାନ ପୂର୍ବକ ତାଙ୍କ କାର୍ଯ୍ୟାଳୟ ୟୁ.ଓ.ଆଇ ସଂଖ୍ୟା ୮, ତା-୨୫.୧୦.୨୦୧୯ ରିଖରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି । ତଦନୁଯାୟୀ ମୁଖ୍ୟ ଶାସନ ସଚିବ ସାଧାରଣ ପ୍ରଶାସନ ଓ ନଗର ଉନ୍ନୟନ ବିଭାଗରୁ ଗତ ତା୨୮.୧୦.୨୦୧୯ ରେ ରିପୋର୍ଟ ତଲବ କରିବା ସତ୍ୱେ ମଧ୍ୟ କୌଣସି ସୁଫଳ ମିଳି ନାହିଁ ।

 

ସମାଜସେବୀ ତଥା ଶ୍ରୀ ମହାବୀର ସାମାଜିକ ସଂଗଠନର ସାଧାରଣ ସଂପାଦକ ମିଲନ କୁମାର ପାଇକରାୟ ବରିଷ୍ଠ ନାଗରିକ ପ୍ରଭାତ କିଶୋର ରାଉତଙ୍କ ନେତୃ୍ତ୍ୱରେ ଏକ ୧୧ ଜଣିଆ ଟିମ ମଙ୍ଗଳଵାର ଦିନ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟ ନାୟକଙ୍କୁ ଭେଟି ଉକ୍ତ ଜାଗାରେ ଏକ ପାର୍କ ନିର୍ମାଣ କରି ପ୍ରାବାଦ ପୁରୁଷ ସ୍ୱର୍ଗତ ବିଜୁ
ପଟ୍ଟନାୟକଙ୍କ ପତ୍ନୀ ଜ୍ଞାନ ଦେବୀଙ୍କ ନାମରେ ନାମିତ କରିବାକୁ ଅନୁରୋଧ କରିଛନ୍ତି । ଏହି ଟିମରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ
ନାଗରିକ ଶ୍ୟାମସୁନ୍ଦର ସାହୁ ,ବାଣି କୁମାର ନନ୍ଦ, ରମେଶ ଚନ୍ଦ୍ର ନାୟକ, ସଂଗ୍ରାମ କେଶରୀ ପଟେଲ , ନିରଞ୍ଜନ ସିଂ, ବାମନ ପାତ୍ର , ସୂର୍ଯ୍ୟ ନାରାୟଣ ଦାସ , ଅନୁଜ ଚନ୍ଦନ ନାୟକ ଓ ସୁମନ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ ।