Odia News Portal

ଚିଦାମ୍ଵରମଙ୍କୁ ସୁପ୍ରିମକୋର୍ଟରୁ ଜାମିନ

ନୂଆଦିଲ୍ଲୀ()  ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲରେ ତିହାଡ ଜେଲରେ ଥିବା ପୂର୍ବତନ ଅର୍ଥମନ୍ତ୍ରୀ ପି. ଚିଦାମ୍ଵରମଙ୍କୁ ଆଜି ସୁପ୍ରିମକୋର୍ଟରୁ ଜାମିନ ମିଳିଛି।୨ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ଇଡି ମାମଲାରୁ ଚିଦାମ୍ବରମଙ୍କୁ ଜାମିନ ମିଳିଛି । ୧୦୭ ଦିନ ପରେ ଆଜି ଜାମିନରେ ଆସିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ।

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ କହିଛନ୍ତି ଯେ, ଆର୍ଥି ଅପରାଧ ଏକ ଗମ୍ଭୀର ଅପରାଧ। କିନ୍ତୁ ଏଭଳି ମାମଲାରେ ଜାମିନ ଦେବା ପାଇଁ ଆଇନରେ ବ୍ୟବସ୍ଥା ଅଛି। ଜାମିନ ଦେବା ନିଷ୍ପତ୍ତି କେସର ମେରିଟ୍ ଉପରେ ନିର୍ଭର କରେ। ତେବେ କୋର୍ଟ ଚିଦାମ୍ବରମଙ୍କୁ ୨ ଲକ୍ଷ ଟଙ୍କାର ପର୍ସନାଲ ବଣ୍ଡ୍ ଓ ବିନା ଅନୁମତିରେ ଦେଶ ନଛାଡିବା ସର୍ତ୍ତରେ ଜାମିନ ଦେଇଛନ୍ତି।