ଭୁବନେଶ୍ୱର : ପିଆଜ ଦରବୃଦ୍ଧିକୁ ନେଇ ରାଜ୍ୟର ଖାଉଟିମାନେ ଅଣନିଶ୍ୱାସି ହୋଇପଡିଥିବାବେଳେ ଖାଉଟି କଲ୍ୟାଣ ବିଭାଗର କାର୍ଯ୍ୟ ଉପରେ ଏବେ ପ୍ରଶ୍ନବାଚୀ ଉଠିଲାଣି । ଗତକାଲି ପିଆଜ ଦର ରକେଟ ବେଗରେ ଦୁଇ ଘଣ୍ଟାରେ କିଲୋ ୪୦ଟଙ୍କା ବଢିଯିବା ପରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ବେଫିକର ମନୋଭାବକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ବ୍ୟବସାୟୀମାନେ ମନଇଚ୍ଛା ଏଭଳି ଦର ବୃଦ୍ଧି କରୁଥିବାବେଳେ ରାଜ୍ୟର କୌଣସି ଗୋଟିଏ ସ୍ଥାନରେ ବି ଚଢଉ ନହେବା ଏବେ ଲୋକଙ୍କ ସନ୍ଦେହକୁ ବହୁଗୁଣିତ କରିବାରେ ଲାଗିଛି ।
ଗତକାଲି ଦିନବେଳା ପିଆଜ କିଲୋ ୮୦ରୁ ୯୦ ଟଙ୍କାରେ ବିକ୍ରି ହେଉଥିଲା । ହେଲେ ସଞ୍ଜ ବେଳକୁ ୧୨୦ ରୁ ୧୩୦ ଟଙ୍କାରେ ପହଞ୍ଚିଗଲା । ଏହାର ଉତ୍ତର କାହାରି ପାଖରେ ନଥିଲା । ଯୋଗାଣ ବିଭାଗର ନିରବତା ଏବେ ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ଦୋକାନରେ ଦିନରେ ଗଦା ହୋଇଥିବା ପିଆଜର ଦର ସଞ୍ଜକୁ ବଢିଲା କେମିତି ? ଯଦି ପିଆଜ ଅଭାବ ତେବେ ତା ପରଦିନ ଦର ବୃଦ୍ଧି ଘଟିଥାନ୍ତା । ହେଲେ ତାହା ହେଲାନାହିଁ । ବେପାରୀମାନେ ଏକଜୁଟ ହୋଇ ପିଆଜ ଅଭାବ ଦର୍ଶାଇ ଦର ବଢାଇଦେଲେ । ତେବେ ସବୁଠାରୁ ବଡ କଥା ହେଉଛି ଏଭଳି ଦରବୃଦ୍ଧି ଖବର ବିଜୁଳି ବେଗରେ ପ୍ରଚାରିତ ହୋଇଥିବାବେଳେ ସରକାରୀ କଳ ବିଶେଷକରି ଖାଉଟି କଲ୍ୟାଣ ବିଭାଗ କିନ୍ତୁ ନିଦାବି୩⁄୪ୁ ଅବତାରରେ ରହିଲା ।
ରାଜ୍ୟରେ ପିଆଜ ସଙ୍କଟ ଘନୀଭୂତ ହୋଇଥିବାବେଳେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିବୃତ୍ତି ପିଆଜବେପାରୀମାନଙ୍କୁ କିନ୍ତୁ ବେଶ୍ ସୁହାଇଛି । କେତେବେଳେ କହୁଛନ୍ତି ଦର ବଢିବ ତ ଆଉ କେତେବେଳେ କହୁଛନ୍ତି ମାସକ ମଧ୍ୟରେ ଦର କମିବାର ନାହିଁ । ସରକାରରେ ଥିବା ଜଣେ ମବୀଙ୍କ ମୁହଁରୁ ଏକଥା ବାହାରିବାପରେ ଯେଉଁ ବେପାରୀମାନେ ଦିନେ ଦୁଇଦିନ ପରେ ପିଆଜ ଦର ବଢାଇଥାନ୍ତେ ସେମାନେ ତତ୍କ୍ଷଣାତ ବଢାଇ ଦେଉଛନ୍ତି । ତେବେ କେବଳ ଓଡିଶା ନୁହେଁ ସମଗ୍ର ଦେଶରେ ପିଆଜ ସଙ୍କଟ ସୃଷ୍ଟି ହୋଇଛି । କିନ୍ତୁ କେନ୍ଦ୍ର ସରକାର ପିଆଜ ଆମଦାନୀ ନେଇ ଘୋଷଣା କରିବା ସହିତ ଦେଶର ମଣ୍ଡି ଗୁଡିକ ଉପରେ ନଜର ରଖିଛନ୍ତି । ମହଜୁଦ ପାଇଁ ଗତକାଲି ନୂଆ ନିୟମ ବି ଜାରି ହୋଇଛି । ପାଇକାରୀ ଠାରୁ ଆରମ୍ଭକରି ଖୁଚୁରା ବେପାରାମାନେ ଅଧିକ ପିଆଜ ମହଜୁଦ ଉପରେ କଟକଣା ଜାରି ହୋଇଛି । ହେଲେ ରାଜ୍ୟର କେଉଁ ବେପାରୀ କେତେ ପରିମାଣରେ ପିଆଜ କେଉଁଠାରେ ମହଜୁଦ ରଖିଛନ୍ତି ସେ ସଂକ୍ରାନ୍ତରେ କିଛି ବି ଖୋଳତାଡ ହେଉନାହିଁ ।
ସତେ ଯେପରି ରାଜ୍ୟର ଖାଉଟିଙ୍କ ଭାଗ୍ୟ ବେପାରୀଙ୍କ ହାତରେ ଛାଡି ଦିଆଯାଇଛି । ପୂର୍ବରୁ ଯେତେବେଳେ ପିଆଜ, ଆଳୁ ଭଳି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦର ବୃଦ୍ଧି ପାଉଥିଲା ରାଜ୍ୟ ସରକାର ତୁରନ୍ତ ବଜାର ବ୍ୟବସ୍ଥାର ନିୟବଣ ଲାଗି ଜିଲ୍ଲାପାଳମାନଙ୍କୁ ଚିଠି ଲେଖି କେଉଁଠି କେତେ ପରିମାଣରେ ଆଳୁ ପିଆଜ ମହଜୁଦ ଅଛି ତାହା ତନଖି କରିବାକୁ ନିର୍ଦ୍ଦେଶ ଦେଉଥିଲେ । ଲାଭଖୋର ମହଜୁଦକାରୀମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଲାଗି ଚେତାବନୀ ଦିଆଯାଉଥିଲା । ଫଳରେ ଯେଉଁ ବେପାରୀମାନେ ହୋର୍ଡିଂ କରୁଥିଲେ ସେମାନେ ଭୟରେ ବଜାରକୁ ମହଜୁଦ ପିଆଜ ଓ ଆଳୁ ଛାଡୁଥିଲେ । ରାଜ୍ୟ ସରକାରଙ୍କର ସବୁ ଜିଲ୍ଲାରେ ଯୋଗାଣ ଅଧିକାରୀଙ୍କ ଠାରୁ ଆରମ୍ଭକରି ପୁଲିସ୍ ବଳ ଥିବାବେଳେ ବେପାରୀମାନେ କିଭଳି ସରକାରଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜ ଖାଉଟିଙ୍କୁ ଲୁଟୁଛନ୍ତି ତାହା ଚର୍ଚ୍ଚାର ବିଷୟ ପାଲଟିଛି ।
ପିଆଜକୁ ନେଇ ରାଜ୍ୟର ଖାଉଟିମାନେ ଚିନ୍ତାରେ ପଡିଥିବାବେଳେ ଏହାର ଉତ୍ପାଦନ ବି ଆମ ରାଜ୍ୟରେ କିଛି କମ୍ ନୁହେଁ । ପିଆଜ ମିଶନ କାର୍ଯ୍ୟକାରୀ ହେବାପରେ ରାଜ୍ୟରେ ଆଶ୍ୟକତା ତୁଳନାରେ ପିଆଜ ଉତ୍ପାଦନ ହେଉଛି । ସରକାରୀ ହିସାବରେ ରାଜ୍ୟରେ ବର୍ଷକୁ ୪ଲକ୍ଷ ଟନ୍ ପିଆଜ ଆବଶ୍ୟକ ଥିବାବେଳେ ଅନୁରୂପ ପରିମାଣର ବି ଫଳୁଛି । ହେଲେ ସଂରକ୍ଷଣ ଅଭାବରୁ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଉତ୍ପାଦନ
ସମୟରେ ତାହାକୁ ଶାଗମାଛ ଦରରେ କିଣି ପରେ ଆମକୁ ଚଢା ଦରରେ ବିକ୍ରି କରୁଛନ୍ତି । ଏ ନେଇ କୃଷି ବିଭାଗ କିମ୍ବା ଖାଉଟି କଲ୍ୟାଣ ବିଭାଗ କାହାରିହେଲେ ନିଘା ନଥିବା ଲକ୍ଷ୍ୟ କରାଯାଉଛି । ଅତୀତରେ ପିଆଜର ଅଭାବୀ ବିକ୍ରିକୁ ନେଇ ରାଜ୍ୟ ବିଧାନସଭା ଉଠୁଥିବା ପଡୁଥିବାବେଳେ ଏବେ ପିଆଜର ଦରବୃଦ୍ଧିକୁ ନେଇ ନେତାମାନେ ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି । ତେବେ ଖାଉଟିଙ୍କୁ ସୁଲଭ ମୂଲ୍ୟରେ ଖାଦ୍ୟ ସାମଗ୍ରୀ
ଯୋଗାଣ ପାଇଁ ଥିବା ଖାଉଟି କଲ୍ୟାଣ ବିଭାଗର ନିରବତା ଏବେ ରାଜ୍ୟର ଖାଉଟିମାନଙ୍କ ଯବଣାକୁ ବହୁଗୁଣିତ କରିବାରେ ଲାଗିଛି ।
