ମୁମ୍ବାଇ() ବଲିଉଡ ସହିତ ହଲିଉଡ୍ରେ ମଧ୍ୟ ନିଜର ଏକ ସଫଳ ପରିଚୟ ସୃଷ୍ଟି କରିସାରିଲେଣି ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା । ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆୱାର୍ଡ଼ ସେ ନିଜ ନାଁରେ କରିସାରିଲେଣି। ତେବେ ଅଭିନୟ ବ୍ୟତୀତ ୟୁନିସେଫ୍ ଜରିଆରେ ସମାଜ ସେବା ପାଇଁ ମଧ୍ୟ ସେ ଜଣାଶୁଣା। ଦୀର୍ଘ ସମୟରୁ ସେ ୟୁନିସେଫ୍ର ଗୁଡ୍ୱିଲ୍ ଆମ୍ବାସଡର ଅଛନ୍ତି। ତେବେ ନିକଟରେ ତାଙ୍କୁ ୟୁନିସେଫ୍ ତରଫରୁ ଏକ ବଡ଼ ସମ୍ମାନ ମିଳିଛି।

ଗ୍ଲୋବାଲ୍ ଆଇକନ୍ ପ୍ରିୟଙ୍କାଙ୍କୁ ତାଙ୍କ ସମାଜ ସେବା ପାଇଁ ୟୁନିସେଫ୍ ତରଫରୁ ‘‘Danny Kaye Humanitarian Award’ରେ ସମ୍ମାନିତ କରାଯାଇଛି। ଏହି ଆୱାର୍ଡ ତାଙ୍କୁ ନ୍ୟୁୟର୍କରେ ଆୟୋଜିତ ୧୫ଶ ବାର୍ଷିକ ‘UNICEF Snowflake Ball’ ସମାରୋହରେ ପ୍ରଦାନ କରାଯାଇଛି।

