Odia News Portal

ପୋଲିସ ଏନକାଉଣ୍ଟରରେ ୪ ଅଭିଯୁକ୍ତ ସଫା

ହାଇଦ୍ରାବାଦ() ହାଇଦ୍ରାବାଦ୍ ଡାକ୍ତରାଣୀ ଗଣଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଚାରି ଜଣ ଦୁଷ୍କର୍ମକାରୀଙ୍କୁ ଏନକାଉଣ୍ଟରରେ ମାରିଗଡାଇଲା ପୋଲିସ୍ । ଘଟଣାର ଅଧିକ ଛାନଭିନ ନିମନ୍ତେ ସମସ୍ତ ଅଭିଯୁକ୍ତଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା। ହେଲେ ସେଠାରୁ ସେମାନେ ଫେରାର ହୋଇଯିବାକୁ ଉଦ୍ୟମ କରିଥିଲେ। ଏଥିଯୋଗୁ ସେମାନଙ୍କୁ ଭୋର ୩ଟା୩୦ରୁ ୫ଟା ମଧ୍ୟରେ ଏନକାଉଣ୍ଟର କରାଯାଇଥିବା ହାଇଦ୍ରାବାଦ ପୁଲିସ୍ ସୂତ୍ରରୁ ସୂଚନା ମିଳିଛି। ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।

୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ୟ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା।