Odia News Portal

ବେକ ଯନ୍ତ୍ରଣାର ଘରୋଇ ଉପଚାର

ଚଟାଣ କି˚ବା ଚୌକିରେ ତ୍ରୁଟିପୂର୍ଣ୍ଣ ବସିବା ଭଙ୍ଗୀ, ଦୀର୍ଘସମୟ ଧରି ମୋଟର‌୍‌ସାଇକେଲ ଚାଳନା, କ˚ପ୍ୟୁଟର‌୍‌ ଚାଳନା ବେକ ଯନ୍ତ୍ରଣାର କାରଣ ହୋଇପାରେ। ବେଳେବେଳେ ବେକ ଯନ୍ତ୍ରଣା ହୃଦ୍‌ଘାତର ପ୍ରାରମ୍ଭିକ ଲକ୍ଷଣ ହୋଇଥାଏ। ଗଣ୍ଠି ସମସ୍ୟା ଥିଲେ ବେକ ଫୁଲିବା, ଯନ୍ତ୍ରଣା ଭଳି ସମସ୍ୟା ଦେଖାଯାଏ। ମୁଣ୍ତ, କାନ୍ଧ, ବାହୁରେ ଯନ୍ତ୍ରଣା ଅନୁଭୂତ ହୁଏ। ଉପଶମ ପାଇଁ ଘରୋଇ ଚିକିତ୍ସା କରିପାରିବେ।
ବେକ ଉପରେ ବରଫ ଘଷନ୍ତୁ, ଆରାମ ଲାଗିବ। ଉଷୁମ ପାଣିରେ ସେକ ଦିଅନ୍ତୁ। ତଳକୁ ନଇଁ ଭାରୀ ଜିନିଷ ଉଠାନ୍ତୁନାହିଁ।
ବେକ ପାଇଁ ଉଦ୍ଦିଷ୍ଟ କିଛି ବ୍ୟାୟାମ ଅଭ୍ୟାସ କରନ୍ତୁ।
କାନ ଓ କାନ୍ଧ ମଧୢରେ ମୋବାଇଲ୍‌ ଫୋନ୍‌ ଚାପି ରଖି କଥା ହୁଅନ୍ତୁନାହିଁ। ଏହା ଦ୍ବାରା ବେକ ପୀଡ଼ା ବଢେ଼। ବେକ ଉପରେ ଅଙ୍ଗୁଠି ଦ୍ବାରା ଧୀରେ ଧୀରେ ଉପରୁ ତଳକୁ ଚାପ ଦିଅନ୍ତୁ।
ଭିଟାମିନ୍‌ ଡିଯୁକ୍ତ ଖାଦ୍ୟ, କମଳା ରସ, ତେଲିଆ ମାଛ ଖାଆନ୍ତୁ। ସୂର‌୍ୟ୍ୟ କିରଣରେ ବୁଲନ୍ତୁ। ଡାକ୍ତରଙ୍କ ବିନା ପରାମର୍ଶରେ ବେକ ପଟି ବାନ୍ଧନ୍ତୁ ନାହିଁ। ସମସ୍ୟା ଅଧିକ ହେଲେ ଚିକିତ୍ସା ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ।