Odia News Portal

ସ୍ବାସ୍ଥ୍ୟ ପାଇଁ ଉପକାରୀ ଶାଗୁଦାନା

ବ୍ରତ ଉପବାସ ସମୟରେ ହିଁ କେବଳ ଶାଗୁଦାନା ଭିଜେଇ ଖାଇବାକୁ କେତେକେ ପସନ୍ଦ କରନ୍ତି। କିନ୍ତୁ ଜାଣିଛନ୍ତି! ଏସମୟରେ ଶାଗୁଦାନା ଯେତିକି ଆବଶ୍ୟକ ଅନ୍ୟସମୟରେ ବି ସ୍ବାସ୍ଥ୍ୟ ପାଇଁ ତାହା ଅଧିକ ନିରାମୟ ଏବଂ ଲାଭକାରୀ ସାବ୍ୟସ୍ତ ହୋଇଥାଏ। ଧଳା ମୋତି ଭଳି ଦେଖାଯାଉଥିବା ଏହି ଛୋଟ ଛୋଟ ଦାନା ଭିତରେ ଲୁଚିରହିଛି ଅନେକ ଗୁଣକାରୀ ତତ୍ତ୍ୱ।
ଯାହା ସମ୍ପର୍କରେ ହୁଏତ ଅନେକେ ଅଜଣା ଥିବେ। ଶାଗୁଦାନାରେ ଥିବା ଫଲିକ୍‌ ଏସିଡ୍‌ ଏବଂ ଭିଟାମିନ୍‌ ବି କମ୍ପ୍ଲେକ୍ସ ଗର୍ଭାବସ୍ଥା ସମୟରେ ଗର୍ଭରେ ଥିବା ଭ୍ରୂଣର ବିକାଶରେ ସହାୟକ ହୋଇଥାଏ। ପୁଣି ଏହା କାର୍ବୋହାଇଡ୍ରେଟ୍‌ର ଏକ ଉତ୍ତମ ଉତ୍ସ। ଏହା ଶରୀରରେ ତୁରନ୍ତ ଏବଂ ଆବଶ୍ୟକ ଶକ୍ତି ଦେବାରେ ସହାୟକ ହୋଇଥାଏ। କାମ କରିବା ପରେ ଥକ୍କା ଲାଗୁଥିଲେ, ଶାଗୁଦାନା ସେବନ କଲେ ଶରୀର ତୁରନ୍ତ ତାଜା ହୋଇଯାଏ। ଏଥିରେ ଥିବା ପୋଟାସିୟମ୍‌ ରକ୍ତ ସଞ୍ଚାଳନକୁ ଉତ୍ତମ କରିବା ସହ ତାକୁ ନିୟନ୍ତ୍ରଣରେ ମଧ୍ୟ ରଖିଥାଏ, ଏହାଦ୍ୱାରା ରକ୍ତଚାପ ସମସ୍ୟାରୁ ବ୍ୟକ୍ତି ବର୍ତ୍ତିଯାଏ।
ଯେଉଁମାନଙ୍କଠାରେ ଇଟିଙ୍ଗ୍‌ ଡିଜ୍‌ଅର୍ଡର୍‌ ସମସ୍ୟା ରହିଛି, ସେମାନଙ୍କ ପାଇଁ ଶାଗୁଦାନା ବରଦାନ ସଦୃଶ। ସକାଳେ ଏହା ସେବନ କରିବା ଦ୍ୱାରା ଅଧିକ ଭୋକ ଲାଗେନାହିଁ। ଫଳରେ ଓଜନ ମଧ୍ୟ ନିୟନ୍ତ୍ରଣରେ ରହିଥାଏ