Odia News Portal

ରବିବାର କରନ୍ତୁ ନାହିଁ ଏହି ସବୁ କାମ : ହୋଇଥାଏ ଅଶୁଭ

ରବିବାର ସୂର‌୍ୟ୍ୟ ଦେବତାଙ୍କ ଦିନ ହୋଇଥାଏ  ଏବଂ ଏହି ଦିନ ସୂର‌୍ୟ୍ୟଙ୍କୁ ପୂଜା କରାଯାଏ। ଏହି ଦିନ ଯଦି ଗ୍ରହଙ୍କ ବିରୁଦ୍ଧରେ କୌଣସି କାର‌୍ୟ୍ୟ କରାଯାଏ ତେବେ ଦଣ୍ଡ ମିଳିପାରେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ,ଜାତକରେ ସୂର‌୍ୟ୍ୟଙ୍କ ସ୍ଥିତି ଠିକ୍ ରହିବା ଉଚିତ୍,ଫଳରେ ବ୍ୟକ୍ତିଙ୍କୁ ସମାଜରେ ସମ୍ମାନ ମିଳିଥାଏ। ଏହା ସହିତ ଜୀବନର ସବୁ ପ୍ରକାରର କଷ୍ଟ ଦୂର ହୋଇଯାଇଥାଏ। ଏଥିପାଇଁ ଆପଣଙ୍କୁ ଏହା ଜାଣିବା ଉଚିତ୍ ଯେ ଏହି ଦିନ କୌଣସି କାର‌୍ୟ୍ୟ କରିବା ଅନୁଚିତ୍। ଫଳରେ ଆପଣ ଗ୍ରହର କୁପ୍ରଭାବଠୁ ବର୍ତ୍ତି ପାରିବେ। ତେବେ ଆସନ୍ତୁ ଜାଣିବା ରବିବାର ଦିନ କେଉଁ କାର‌୍ୟ୍ୟ କରିବା ଅନୁଚିତ୍।
ରବିବାର ଦିନ ଆମକୁ ଏପରି କୌଣସି କାର‌୍ୟ୍ୟ କରିବା ଅନୁଚିତ୍ ଯାହା ଫଳରେ ଜାତକର ସୂର‌୍ୟ୍ୟ ଗ୍ରହ ଦୁର୍ବଳ ହେବ।
ରବିବାର ଦିନ ସୂର‌୍ୟ୍ୟ ଅସ୍ତ ହେବା ପୂର୍ବରୁ ଲୁଣ ବ୍ୟବହାର କରନ୍ତୁ ନାହିଁ। ଏପରି କରିବା ଅଶୁଭ ହୋଇଥାଏ।
ରବିବାର ରାତିରେ ଶୋଇବା ପୂର୍ବରୁ ମାଛ ଖାଇବା ଅନୁଚିତ୍।
ରବିବାର ଦିନ ସୋରିଷ ତେଲ ମାଲିସ୍ କରିବା ଅନୁଚିତ୍।
ରବିବାର ତମ୍ବା ବସ୍ତୁ କିଣନ୍ତୁ ନାହିଁ ଏବଂ ବିକନ୍ତୁ ନାହିଁ।
ରବିବାର କେଶ କାଟନ୍ତୁ ନାହିଁ।
ଯଦି ଆପଣ ରବିବାର ଦିନ ଏହି ସବୁ ଜିନିଷ ପ୍ରତି ଧ୍ୟାନ ଦେବେ ତେବେ ସୂର‌୍ୟ୍ୟଙ୍କ ଖରାପ ଦୃଷ୍ଟିର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।