Odia News Portal

ଜାଣନ୍ତୁ ପୋଟଳ ଖାଇବାର ୫ଟି ଲାଭ, ତୃତୀୟ ଲାଭଟି ସବୁଠୁ ଚମତ୍କାର

ଆମ ଦେଶର ବଜାରରେ ମିଳୁଥିବାସବୁଜ ପନି ପରିବା ମଧ୍ୟରେ ପୋଟଳ ଅନ୍ୟତମ ଓ ସବୁଠୁ ଅଧିକ ଲୋକ ପ୍ରୀୟ। ବିଭିନ୍ନ ପ୍ରକାରର ସ୍ୱାଦିଷ୍ଟ ତରକାରୀ ସାଙ୍ଗକୁ ଏହା ଭଜା ମଧ୍ୟ ଅନେକଙ୍କୁ ଭଲ ଲାଗିଥାଏ। ପୋଟଳ ରସା କଥା କହିଲେ ଲୋକଙ୍କ ପାଟିରୁ ଲାଳ ବୋହି ପଡେ। ତେବେ ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ପୋଟଳ କେବଳ ଏକ ପରିବା ନୁହେଁ ଏହାର ଔଷଧିୟ ଗୁଣ ମଧ୍ୟ ରହିଛି।
ଆସନ୍ତୁ ଜାଣିବା ପୋଟଳର ଏହି ସବୁ ଔଷଧିୟ ଗୁଣ ସମ୍ପର୍କରେ। ପୋଟଳ ପାଚନ ସମ୍ବଦ୍ଧିତ ବେମାରୀରୁ ଆମକୁ ମୁକ୍ତ ରଖିଥାଏ। ଏହାର ମଞ୍ଜିରେ ଥିବାଏକ ବିଶେଷ ତତ୍ୱ ପେଟ ସଫା ରଖିବାରେ ସହାୟକ ହେବା ସହ ପେଟରଜାବତୀୟ ଗୋଳମାଳ ଦୂର କରିଥାଏ। ଏଣୁ ଖାଦ୍ୟରେ ନିୟମିତ  ପୋଟଳ ବ୍ୟଞ୍ଜନ ଖାଇଲେ ଆପଣଙ୍କ ପେଟ ସମ୍ପର୍କିତ ସମସ୍ୟା ଦୂର ହୋଇଥାଏ। କେବଳ ପେଟର ସମସ୍ୟା ନୂହେଁ ଶରୀରର ଓଜନ ହ୍ରାସରେ ମଧ୍ୟ ପୋଟଳ ବେଶ ସହାୟକ ହୁଏ। ଖାଦ୍ୟରେ ପୋଟଳ ଆପଣଙ୍କ ଭୋକକୁ ନିୟନ୍ତ୍ରିତ କରିବାସହ ପେଟ ପୁରା ରହିବା ପରି ଲାଗେ। ଏହା ଛଡା ଏଥିରେକ୍ୟାଲୋରୀ କମ ଥିବାରୁ ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଓଜନ ହ୍ରାସରେ ସହାୟକ ହୁଏ।
ନିୟମିତ ପୋଟଳ ଖାଇବା ଆପଣଙ୍କ ରକ୍ତକୁ ସଫା ରଖିଥାଏ। ଏଣୁ ରକ୍ତ ବିକାର ଜନିତ ସମସ୍ୟାରୁ ଆପଣ ମୁକ୍ତ ରହିଥାନ୍ତି। ଆମ ଦେଶରେ ପୋଟଳ ଏକ ଖରାଦିନିଆ ପରିବା। ଏଣୁ ଖରା ଦିନେ ପୋଟଳ ଖାଇବା ଦ୍ୱାରା ଦେହରେ ବଥ, ବ୍ରଣ ଭଳି ସମସ୍ୟା ଉପୁଜି ନଥାଏ। ଆୟର୍ବେଦ ଅନୁସାରେ ପୋଟଳ କଫନାସକ। ଏଣୁ ଖାଦ୍ୟରେ ପୋଟଳ ଖାଇବା ଦ୍ୱାରା ଆମର କଫ ସ୍ୱଥଆଦି ମଧ୍ୟ ଦୂର