ଜଗତସିଂହପୁର : ଜଗତସିଂହପୁର ବାଲିକୁଦା ଥାନା ଅଳାବର ଗାଁରେ ଗୁଳିକାଣ୍ଡ । ଗାଁର ଦେବରାଜ ବିଶ୍ୱାଳ ନାମକ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।
ଦୁଇ ଅପରାଧିକ ଗୋଷ୍ଠୀ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଗତକାଲି ଅନ୍ୟ ଏକ ଗୋଷ୍ଠୀର ଜଣେ ଅପରାଧି ଜେଲ୍ରୁ ବାହାରିଛି । ଏହା ପରେ ଉଭୟଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ସମୟରେ ଗୁଳିମାଡ଼ ହୋଇଥିଲା ।