ବାଲେଶ୍ବର : ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ । ଲୋକଙ୍କ ହାତରେ ଧରାପଡ଼ିଲେ, ପାନେ ନେଲେ ତିନି ଜଣ ରୋଡ୍ ରୋମିଓ । ସେମାନଙ୍କୁ ଖୁଣ୍ଟରେ ବାନ୍ଧିଦେଲେ ମହିଳାଙ୍କ ପରିବାର ଓ ଗାଁ ଲୋକ । ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ଅଞ୍ଚଳରେ । ଏହି ଚିନି ଜଣ ଯୁବକ କିଛି ମହିଳାଙ୍କ ଅଶ୍ଳୀଳ ଭିଡିଓ ଉତ୍ତୋଳନ କରୁଥିଲେ ।
ଏକଥା ଜାଣିବା ପରେ ପରିବାର ଲୋକଙ୍କୁ ଡାକିଥିଲେ ମହିଳା । ପରିବାର ଲୋକେ ଆସି ତିନି ଜଣଙ୍କୁ କାବୁ କରି ନେଇଥିଲେ । ଏହାପରେ ଖୁଣ୍ଟରେ ବାନ୍ଧି ଦେଇଥିଲେ ।