ପୁରୀ : ଶ୍ରୀମନ୍ଦିର ଚତୁଃପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପାଇଁ ମଙ୍ଗଳବାର ପୁଣି ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । କିଛିଦିନର ବ୍ୟବଧାନ ପରେ ପୁରୀ ଶ୍ରୀମନ୍ଦିର ସୁରକ୍ଷା ଜୋନରେ ପୁଣି ଉଚ୍ଛେଦ କାର୍ଯ୍ୟ ଆରମ୍ଭ ହୋଇଛି । ମଙ୍ଗଳବାର ତେବେ ଶ୍ରୀମନ୍ଦିରର ପଶ୍ଚିମ ଦ୍ଵାରରେ ଏହି କାର୍ଯ୍ୟ ଜାରି ରହିଛି ।
କିଛି ଲଜ ଓ ଘରୋଇ ପ୍ଲଟ ଉଚ୍ଛେଦ ଚାଲିଛି । ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି ଦିଆଯିବା ପରେ ଏହି ପ୍ରକ୍ରିୟା ପ୍ରଶାସନ ଆରମ୍ଭ କରିଛି । ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲୁ ରହିବ ବୋଲି । ଉଚ୍ଛେଦ ସ୍ଥାନରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।