ବ୍ରହ୍ମପୁର : ଗଞାମ ଜିଲ୍ଲା ଶେରଗଡ ବ୍ଳକ୍ ଗୋଠ ଗାଁରେ ଜଣେ ନାବାଳକ ଅଜଣା ରୋଗରେ ଆକ୍ରାନ୍ତ । ଗାଁର ପ୍ରଭାକର ପ୍ରଧାନଙ୍କ ସାନ ପୁଅ ଜଗନ୍ନାଥ ପ୍ରଧାନ ଅଜଣା ରୋଗରେ ଦିନ କାଟୁଛି । ଶିଶୁର ଶରୀର ସାରା ପୋଡିଗଲା ଭଳି ଦେଖାଯାଉଛି । ତେବେ ରୋଗ କଣ ଜଣାପଡୁନାହିଁ । ଏଥିପାଇଁ ଚିନ୍ତାରେ ପରିବାର ଲୋକେ । ପୁଅର ସୁସ୍ଥତା ଆଶା ନେଇ ପରିବାରବର୍ଗ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା କରାଇଥିଲେ ।
କିନ୍ତୁ ଜଗାର ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ପରିଲକ୍ଷିତ ହୋଇନଥିବାରୁ ଚିନ୍ତାରେ ପରିବାର ଲୋକେ । ଆର୍ଥିକ ଅଭାବ ଅନାଟନ ଯୋଗୁଁ ପୁଅର ଚିକିତ୍ସା କରିପାରୁନଥିବା ବାପା ପ୍ରଭାକର ଦୁଃଖର ସହ କହିଛନ୍ତି । ପ୍ରଭାକର ଚାଷ କରି ପରିବାର ଚଳାନ୍ତି । କୌଣସି ବଦାନ୍ୟ ବ୍ୟକ୍ତିଙ୍କ ସାହାଯ୍ୟ କିମ୍ବା ସରକାରୀ ସହାୟତା ପାଇଁ ପ୍ରଭାକର ନିବେଦନ କରିଛନ୍ତି ।