ଢେଙ୍କାନାଳ : ଏତଲା ନ ରଖିବା ପଡିଲା ମହଙ୍ଗା । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର କଙ୍କଡ଼ାହାଡ ASI ଯଶୋବନ୍ତ ପୃଷ୍ଟି ନିଲମ୍ବିତ । ଡିସେମ୍ବର ୧୩ ତାରିଖରେ ବବିତା ନାମକ ଜଣେ ମହିଳାଙ୍କୁ କେହି ମାଡ ମାରିଥିଲେ । ଏ ନେଇ ବବିତା ଓ ତାଙ୍କ ସ୍ୱାମୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ।
ତେବେ ASI ଏତଲା ଗ୍ରହଣ କରିନଥିବା ଅଭିଯୋଗ ହୋଇଥିଲା । ଏ ନେଇ ସେମାନେ ଏସପି ଅନୁପମା ଜେମ୍ସଙ୍କ ନିକଟରେ ଅଭିଯୋଗ ପରେ ତାଙ୍କୁ ସସପେଣ୍ଡ କରାଯାଇଛି ।