ଭୁବନେଶ୍ବର : ରାଜ୍ୟକୁ ପୁଣି ଲେଉଟିଲା ଶୀତ। ଗତକାଲିର କୋହଲା ପାଗ ହଟିବା ପରେ ଆଜି ଶୀତ ଅନୁଭୂତ ହେଉଛି। ପାଣିପାଗ ବିଭାଗର ଆକଳନ ଅନୁସାରେ ରାତିର ତାପମାତ୍ରା ୪ରୁ ୬ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ କମିବ।
ଉପକୂଳ ଓଡ଼ିଶାରେ ୩ରୁ ୪ ଡିଗ୍ରୀ ସେଲସିୟସ୍ ହ୍ରାସ ସମ୍ଭାବନା ରହିଛି। ଫଳରେ ଅଧିକ ଶୀତ ଅନୁଭୂତ ହେବ। ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ସୋନପୁର, ଅନୁଗୁଳ, ଦେବଗଡ଼ ଓ ବଲାଙ୍ଗିର ଜିଲ୍ଲାରେ କିଛି ସ୍ଥାନରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ଘନ କୁହୁଡ଼ି ସୃଷ୍ଟି ହେବ ।
ଏହି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଓ ଆସନ୍ତାକାଲି ଉପକୂଳ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଘନ କୁହୁଡି ଲାଗିରହିବ। ଏନେଇ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲା ପାଇଁ ୱେଲୋ ୱାର୍ଣ୍ଣିଂ ଜାରି ହୋଇଛି।