ବରଗଡ଼: କଂସ ବଧ ସହ ଶେଷ ହୋଇଛି ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା । ଦୀର୍ଘ ୧୧ ଦିନ ଧରି ବିଶ୍ୱରେ ସର୍ବ ବୃହତ ମୁକ୍ତାକାଶ ରଙ୍ଗମଞ୍ଚରେ ଚାଲିଥିବା ମହାନାଟକର ପଡିଛି ଯବନିକା । ଭଣଜା କୃଷ୍ଣ ହାତରେ ମାମୁ କଂସର ବଧରେ ଯାତ୍ରା ଶେଷ ହୋଇଛି ।
ଏହାପରେ ଉଗ୍ରସେନଙ୍କ ରାଜ୍ୟାଭିଷେକ ସହ ମଥୁରା କାରାଗାରାରୁ ଦେବକି ଓ ବସୁଦେବଙ୍କୁ ମୁକ୍ତି ମିଳିଛି । ଡିସେମ୍ବର ୩୧ତାରିଖରୁ ଆରମ୍ଭ ହୋଇଥିବା ବରଗଡ଼ ଧନୁଯାତ୍ରାର ପ୍ରତ୍ୟକ ଦିନ ବିଭିନ୍ନ କାଯ୍ୟର୍କ୍ରମ ଅଭିନିତ ହୋଇ ଆସୁଥିଲା ।