Odia News Portal

ଚମ୍ପଟ ମାରିଥିବା ଅଭିଯୁକ୍ତ ଆଲୋକକୁ ଧରିଲା ପୋଲିସ

କଟକ : ଆଇସିୟୁରୁ ଚମ୍ପଟ ମାରିଲା ଅଭିଯୁକ୍ତ । କଟକ ବଡ଼ମେଡିକାଲ ଆଇସିୟୁରୁ ଫେରାର୍‌ ଆଲୋକ ସାହୁକୁ ଧରିଲା ପୋଲିସ । କଟକ ପିଠାପୁର ଅଞ୍ଚଳରୁ ତାକୁ ଧରାଯାଇଛି । ମଦ ବ୍ୟବସାୟ ଅଭିଯୋଗରେ ରଘୁନାଥପୁର ଥାନା ପୋଲିସ ଆଲୋକକୁ ଥାନାକୁ ଆଣିଥିଲା।

ତେବେ ସେ ଥାନା ଭିତରେ ଫିନାଇଲ ପିଇଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଏସସିବିରେ ଭର୍ତ୍ତି କରାଯାଇଥିଲା । ଗତକାଲି ରାତିରେ ଏସ୍‌ସିବି ସେଣ୍ଟ୍ରାଲ ଆଇସିୟୁରୁ ସେ ଚମ୍ପଟ ମାରିଥିଲେ ।