ବ୍ରହ୍ମପୁର : ଡକାୟତି ପାଇଁ ଯୋଜନା କରୁଥିବା ସମୟରେ ପୋଲିସ ଚଢାଉ । ଡକାୟତି ଯୋଜନା ସମୟରେ ଜାତୀୟ ରାଜପଥ ୧୫୭ ସୋମନାଥପଲ୍ଲୀ ଢାବା ନିକଟରେ ଚଢାଉ କଲା ଗାଙ୍ଗପୁର ପୋଲିସ । ଶନିବାର ସକାଳେ ଚଢାଉ କରି ୬ ଜଣଙ୍କୁ ଗିରଫ କଲା ପୋଲିସ ।
ସେମାନଙ୍କ ନିକଟରୁ ୪ଟି ଜୀବନ୍ତ ବୋମା, ଗୋଟିଏ ଖଣ୍ଡା, ଗୋଟିଏ କାତି, ତିନି ପ୍ଯାକେଟ୍ ଲଙ୍କା ଗୁଣ୍ଡ, ଦୁଇଟି ମୋଟରସାଇକେଲ, ୫ଟି ମୋବାଇଲ୍ ଫୋନ୍ ଜବତ କରାଯାଇଥିବା ନେଇ ସୂଚନା ଦେଇଛି ପୋଲିସ ।