Odia News Portal

ପୁଣି ଲଜ୍ଜା, ସୋନାପୁର ମେରାଇନ ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ

ଗଞ୍ଜାମ : ଗଞ୍ଜାମ ସୋନାପୁର ମେରାଇନ ଥାନା ଅଞ୍ଚଳରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ । ଦୁଇ ଦିନ ତଳେ ନାବାଳିକା ଜଣକ ଶୌଚ ହେବାକୁ ଯାଇଥିବା ବେଳେ କିଛି ଯୁବକ ଦୁଷ୍କର୍ମ କରିବା ପରେ ଗାଁ ନିକଟରେ ଫୋପାଡି ଦେଇଥିଲେ । ଦୀର୍ଘ ୩୬ ଘଣ୍ଟା ପରେ ସ୍ଥାନୀୟ ଲୋକ ନାବାଳିକାକୁ ଉଦ୍ଧାର କରିଥିଲେ ।

ପରିବାର ଲୋକ ବ୍ରହ୍ମପୁର ମହିଳା ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି । ନାବାଳିକାର ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ ମେଡିକାଲରେ ଭର୍ତ୍ତି କରାଯାଇଛି ।