Odia News Portal

ଗଞ୍ଜେଇ ଭର୍ତ୍ତି କାର୍‌କୁ ପିଛା କରି ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ, IIC ହେଲେ ଆହତ

କନ୍ଧମାଳ :  ଗଞ୍ଜେଇ ଚୋରାଚାଲଣକାରୀଙ୍କୁ ଧରିବାକୁ ଯାଇ ପୋଲିସ ଗାଡି ଦୁର୍ଘଟଣାଗ୍ରସ୍ତ । କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ରାଇକିଆ ଦେଇ ଏକ ଇଣ୍ଡିଗୋ କାରରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ରାଇକିଆ ଥାନା ଅଧିକାରୀ ଟିମ୍‌ ଧରି ଜଗିରହିଥିଲେ ।

ପୋଲିସକୁ ଦେଖି କାରଟି ଦ୍ରୁତଗତିରେ ପଳାଇ ଯାଉଥିବାବେଳେ ଥାନା ଅଧିକାରୀ କାର୍‌ର ପିଛା କରିଥିଲେ । ହେଲେ ମଣ୍ଡାକିଆ ନିକଟରେ ଭାରସାମ୍ୟ ହରାଇ ଓଲଟିପ଼ଡିଥିଲା । ଦୁର୍ଘଟଣାରେ ଆଇଆଇସିଙ୍କ ହାତ ଭାଙ୍ଗିଯାଇଥିବା ଜଣାପଡିଛି।

ସେପଟେ ଗଞ୍ଜେଇ ଭର୍ତ୍ତି କାର୍‌ ଛାଡି ଡ୍ରାଇଭର ଫେରାର ହୋଇଯାଇଛି। କିଏ ଓ କେଉଁଠିକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲା ସେନେଇ ପୋଲିସ ଘଟଣାର ତନାଘନା ଜାରି ରଖିଛି।