ନୂଆଦିଲ୍ଲୀ () ଆଜିଠୁ ସାରା ଦେଶରେ ବାଧ୍ୟତାମୂଳକ ହୋଇଛି ଫାସ୍ ଟ୍ୟାଗ୍ । ଜାତୀୟ ରାଜପଥର ବିଭିନ୍ନ ଚାରି ଚକିଆ ଯାନବାହାନ ଟୋଲ୍ ପ୍ଲାଜା ଦେଇ ଚଳାଚଳ କଲେ ଯାନରେ ଫାସ୍ ଟ୍ୟାଗ୍ ବାଧ୍ୟତାମୂଳକ ହୋଇଛି । ଗାଡିରେ ଏହା ନଲଗାଇଲେ ଡବଲ୍ ଜରିମାନା ଦେବାକୁ ପଡିବ ।
କେନ୍ଦ୍ର ପରିବହନ ବିଭାଗ ପକ୍ଷରୁ ଏନେଇ ପୂର୍ବରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା । ଯାହାର ଅବଧି ବଢାଇ ୨୦୨୦ ଜାନୁଆରୀ ୧୫ ପର୍ୟ୍ୟନ୍ତ କରାଯାଇଥିଲା । ଫାସ୍ ଟ୍ୟାଗ୍ ହେଉଛି ସେହି ଟେକ୍ନୋଲୋଜି ଯାହାଦ୍ବାରା ଇଲେକଟ୍ରୋନିକ୍ ଟୋଲ୍ କଲେକ୍ସନ୍ ସହଜରେ ହୋଇପାରିବ । ଫଳରେ ଟୋଲ୍ ପ୍ଲାଜାରେ ଗାଡିଗୁଡିକ ଟୋଲ୍ ଟାକ୍ସ ଦେବା ପାଇଁ ଦୀର୍ଘ ସମୟ ଧରି ଲାଇନ୍ ରେ ରହିବେ ନାହିଁ ।