Odia News Portal

ତୀର୍ଥଯାତ୍ରୀ ବସ୍‌ ଦୁର୍ଘଟଣାଗ୍ରସ୍ତ : ୭ ଗୁରୁତର

ବାଲେଶ୍ବର : ଆଜି ଭୋର ପ୍ରାୟ ୪ଟା ସମୟରେ ବାଲେଶ୍ବର ଖନ୍ତାପଡା ଥାନା ଅନ୍ତର୍ଗତ ଶେରଗଡ ମେଘନା ପେଟ୍ରୋଲ ପମ୍ପ୍ ନିକଟରେ ତୀର୍ଥଯାତ୍ରୀ ବସ୍ ଦୁର୍ଘଟଣାଗ୍ରସ୍ତ। ତୀର୍ଥଯାତ୍ରୀ ବସଟି ଟ୍ରକ୍ ପଛ ପଟେ ଧକ୍କା ଦେବାରୁ ଦୁର୍ଘଟଣାରେ ୭ଜଣ ଆହତ ହୋଇଛନ୍ତି । ପଶ୍ଚିମବଙ୍ଗର ହୁଗୁଳିରୁ ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ବସ୍‌ଟି ପୁରୀ ଅଭିମୁଖେ ଯାଉଥିଲା। ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ଖନ୍ତାପଡା ଥାନା ମେଘନା ପେଟ୍ରୋଲ ପମ୍ପ୍ ନିକଟରେ ଏକ ତୀର୍ଥଯାତ୍ରୀ ବସ୍ ସହିତ ଟ୍ରକ୍ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ସାମାନ୍ୟ ଆହତ ହୋଇଛନ୍ତି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛନ୍ତି । ଆହତମାନଙ୍କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୭୦ ତୀର୍ଥଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଭୋର ୪ଟା ବେଳେ ଦୁର୍ଘଟଣା ଘଟିଥିବା ଜଣାପଡିଛି । ସମସ୍ତ ତୀର୍ଥଯାତ୍ରୀ କଲିକତାରୁ ଆସିଥିବା ସୂଚନା ମିଳିଛି ।