Odia News Portal

ସରକାରୀ ଚାକିରି ପାଇଁ ସର୍ବୋଚ୍ଚ ବୟସସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଉ

ଭୁବନେଶ୍ବର : ଓଡିଶା ପବ୍ଲିକ ସର୍ଭିସ୍ କମିଶନ୍‌, ଓଡିଶା ଷ୍ଟାଫ୍ ସିଲେକସନ କମିଶନ ଓ ଅନ୍ୟାନ୍ୟ ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରକାର ଚାକିରିରେ ଖାଲିଥିବା ପଦବୀ ନିୟମ ଅନୁସାରେ ପ୍ର୍ରତ୍ୟେକ ବର୍ଷ ପୂରଣ ହେବାକଥା । କିନ୍ତୁ ତାହା ହେଉ ନାହିଁ । ଦୁଇଟି ବିଜ୍ଞପ୍ତି ମଧ୍ୟରେ ଥିବା ଅବଧି ୮ରୁ ୯ ବର୍ଷ ହେଉଥିବାରୁ ବହୁ ମେଧାବୀ ଛାତ୍ର ପରୀକ୍ଷାରୁ ବଂଚିତ ହେଉଛନ୍ତି । ତେଣୁ ଯଦି ନିଯୁକ୍ତି ବିଜ୍ଞପ୍ତିକୁ ପ୍ରତ୍ୟକ ବର୍ଷ ବାହାର କରାଯାଏ, ତେବେ ସେମାନେ ଉପକୃତ ହୁଅନ୍ତେ ଏବଂ ତାଙ୍କର ପ୍ରତିଯୋଗିତାମୂଳକ ପରୀକ୍ଷା ପ୍ରସ୍ତୁତିରେ ନିରନ୍ତରତା ବଜାୟ ରହନ୍ତା ।

ଏହି ପରିପ୍ରେକ୍ଷୀରେ ଓଡିଶାରେ ଆଶାୟୀଙ୍କ ବୟସସୀମାକୁ ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରାଯାଉ । ସରକାରୀ କର୍ମଚାରୀଙ୍କର ଅବସରକାଳିନ ବୟସସୀମା ବୃଦ୍ଧି ହେଉଛି ଓ ଅବସର ପରେ ମଧ୍ୟ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦିଆଯାଉଛି । କିନ୍ତୁ ନିଯୁକ୍ତି କ୍ଷେତ୍ରରେ କାହିଁକି ବୟସସୀମା ବୃଦ୍ଧି ହୋଇ ପାରିବ ନାହିଁ? ବିଧାନସଭାରେ ମଧ୍ୟ ବୟସକୁ ନେଇ ଆଲୋଚନା ହୋଇଥିଲା । ଅନ୍ୟ ରାଜ୍ୟ ଯଥା ଗୋଆରେ ୪୫ ବର୍ଷ, ତେଲେଙ୍ଗାନାରେ ୪୪ ବର୍ଷ, ଉରାଖଣ୍ଡ,ଆନ୍ଧ୍ରପ୍ରଦେଶ ଓ ହରିୟାଣା ରେ ୪୨ ବର୍ଷ ।

ସେହିଭଳି ପଶ୍ଚିମବଙ୍ଗ, ତ୍ରିପୁରା, ଉରପ୍ରଦେଶ, ରାଜସ୍ଥାନ ଓ ମଧ୍ୟପ୍ରଦେଶ ଆଦି ରାଜ୍ୟ ମାନଙ୍କରେ ୪୦ ବର୍ଷ ପର୍ଯନ୍ତ ବଢା ଯାଇଛି । ଓଡିଶାରେ ନିକଟରେ ସରକାରୀ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ନିଯୁକ୍ତିରେ ସର୍ବୋଚ୍ଚ ବୟସ ସୀମା ୩୩ ବର୍ଷରୁ ୪୮ ବର୍ଷ ପର୍ଯନ୍ତ ବୃଦ୍ଧି କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଶତାଧିକ ଆଶାୟୀ ଏକ ସ୍ମାରକପତ୍ର ଦେଇଛନ୍ତି ।