ଭୁବନେଶ୍ୱର : କଳିଙ୍ଗ ହସ୍ପିଟାଲର ଜବତ ହୋଇଥିବା ଦୁଇଟି ଅଲଟ୍ରାସାଉଣ୍ଡ ସିଲ୍ ଖୋଲାଯାଇ ପାରିବନାହିଁ । ଏଥିପାଇଁ କେନ୍ଦ୍ର
ସ୍ୱାସ୍ଥ୍ୟ ମନ୍ତ୍ରୀଳୟ ପକ୍ଷରୁ ପିସିପିଏନ୍ଡିଟି ଆଇନ୍ ଅନୁଯାୟୀ ଥିବା ନିୟମାବଳୀ ଆଧାରରେ ଅନୁମତି ଆଣିଲେ ଜିଲ୍ଲା ପ୍ରଶାସନ ଏହି ସିଲ୍ ଖୋଲିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ହସ୍ପିଟାଲ କର୍ତ୍ତୃପକ୍ଷ ଓ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରକୁ ସଫା ସଫା କୁହାଯାଇଛି ।ଗତବର୍ଷ ଖୋରଧା ଜିଲ୍ଲା ପ୍ରଶାସନ କଳିଙ୍ଗ ହସ୍ପିଟାଲ ଉପରେ ଚଢଉ କରି ଦୁଇଟି ଅଲଟ୍ରାସାଉଣ୍ଡ ମେସିନ୍କୁ ସିଲ୍
କରିଦେଇଥିଲେ ।
ନିୟମ ଅନୁଯାୟୀ କାଗଜପତ୍ର ଦେଖାଇ ପାରିନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିଲା । ସେତେବେଳେ ଏହି
ଘଟଣା ରାଜଧାନୀରେ ହଇଚଇ ସୃଷ୍ଟି କରିଥିଲା । ତେବେ ଅଲଟ୍ରାସାଉଣ୍ଡ ମେସିନ୍ ସିଲ୍ ହେବାପରେ ତାହାକୁ ମୁକୁଳାଇବାପାଇଁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅଗଷ୍ଟ ମାସରେ ସ୍ୱାସ୍ଥ୍ୟ ବିଭାଗକୁ ପତ୍ର ଲେଖାଯାଇଥିଲା । ଏହାପରେ ଏହାକୁ ନେଇ ତର୍ଜମା ହେବା ସହିତ ସେହି ପତ୍ରଟି ଅଗଷ୍ଟ ମାସରୁ ବିଭାଗରେ ପଡି ରହିଥିଲା । ତେବେ ଚଳିତ ମାସରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏ ନେଇ ଆଇନ୍ଗତ ଦିଗ ଦର୍ଶାଇବା ସହିତ ସେ ସଂକ୍ରାନ୍ତରେ କଳିଙ୍ଗ ହସ୍ପିଟାଲର ମୁଖ୍ୟ ଅପରେଟିଂ ଅଫିସର ଭର୍ଗିଜ ପି ଜନ୍ଙ୍କୁ ଅବଗତ କରାଯାଇଛି । ଏଥି ସହିତ ଏହାର ଗୋଟିଏ ନକଲ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ପିଏସ୍ଙ୍କୁ ମଧ୍ୟ ଦିଆଯାଇଛି । ତେବେ ସ୍ୱାସ୍ଥ୍ୟମବୀଙ୍କ ଦପ୍ତରରୁ କିଭଳି ଭାବେ ଗୋଟିଏ ଘରୋଇ ଡାକ୍ତରଖାନାର ସିଲ୍ ହୋଇଥିବା ଅଲଟ୍ରାସାଉଣ୍ଡ ମେସିନ୍କୁ ମୁକୁଳାଇବାପାଇଁ ବିଭାଗକୁ ପତ୍ର ଲେଖାଗଲା ଓ ବିଭାଗ ନିଜ ମବୀଙ୍କ କାର୍ଯ୍ୟାଳୟର ନିର୍ଦ୍ଦେଶକୁ ମାନିଲା ନାହିଁ ତାହାକୁ ନେଇ ଏବେ ଲୋକସେବାଭବନରେ ଚର୍ଚ୍ଚା ଜୋର ଧରିଛି ।
ଉଲ୍ଲେଖନୀୟ ଯେ କଳିଙ୍ଗ ହସ୍ପିଟାଲ କର୍ତ୍ତୃପକ୍ଷ ଗତ କିଛିଦିନ ଧରି ବିବାଦରେ ଅଛନ୍ତି । ବିଜେପି ବିଧାୟକଦଳ
ଉପନେତା ମୋହନ ମାଝିଙ୍କୁ ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନ କରିବାକୁ ନେଇ ବିଧାନସଭାରେ ତୁମ୍ବି ତୋଫାନ ହୋଇଥିଲା ।
ସେତେବେଳେ ଏହି ଘଟଣାର ତଦନ୍ତ ପାଇଁ ସ୍ୱାସ୍ଥ୍ୟମବୀ ବିଧାନସଭାରେ ଘୋଷଣା କରିଥିଲେ । ତଦନ୍ତ ପରେ ହସ୍ପିଟାଲର
ଓଏସ୍ଟିଏଫ୍କୁ ସରକାର କାଟି ଦେଇଥିଲେ । ସେତେବେଳେ ସରକାରଙ୍କ ପଦକ୍ଷେପକୁ ସବୁ ମହଲରୁ ତାରିଫ କରାଯାଇଥିଲା
ା ତେବେ ଦିନ କେଇଟା ପରେ ସରକାର ହସ୍ପିଟାଲ ଉପରେ ଲଗାଇଥିବା କଟକଣାକୁ ଉଠାଇ ଦେଇଥିଲେ । ଏ ନେଇ ସରକାରୀ ଦଳ କିମ୍ବା ଅପମାନିତ ହୋଇଥିବା ବିଧାୟକ ଶ୍ରୀ ମାଝି କେହି କିଛି ମୁହଁ ଖୋଲି ନଥିଲେ ।
ତେବେ ଏହି ଘଟଣା ଜନମାନସରୁ ଅପସରି ଯାଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗର ଏହି ପତ୍ରଟି ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ବେଆଇନ୍ କାର୍ଯ୍ୟ କରି ଧରାପଡିଥିବା କଳିଙ୍ଗ ହସ୍ପିଟାଲର ଅଲଟ୍ରାସାଉଣ୍ଡ ମେସିନକୁ ଛାଡିବାପାଇଁ ମନ୍ତ୍ରଙ୍କ ଦପ୍ତର ବିଭାଗକୁ ପତ୍ର ଲେଖିବା, ବିଭାଗ ପକ୍ଷରୁ ଏହା ଉପରେ କିଛିଦିନ ନିରବ ରହିବାପରେ ତାହା ଉପରେ ଆଇନ୍ ଅନୁଯାୟୀ
ପଦକ୍ଷେପ ନିଆଯିବ ବୋଲି କହି ଦପ୍ତରକୁ ଫେରାଇଦେବା ଘଟଣା ଏବେ ପ୍ରଶାସନିକ ମହଲରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିବାବେଳେ ହସ୍ପିଟାଲର ଅଲଟ୍ରାସାଉଣ୍ଡ ମେସିନର କେବେ କିଭଳି ସିଲ୍ ଖୋଲୁଛି ତାହା ଉପରେ ଏବେ ସମସ୍ତଙ୍କ ନଜର