Odia News Portal

ଅଣଓଡିଆ-ଓଡିଆ ବିବାଦ ପଛରେ କାହାର ହାତ ?

ଭୁବନେଶ୍ୱର : ରାଜ୍ୟ ପ୍ରଶାସନ ସୁରୁଖୁରେ ଚାଲିଥିବାବେଳେ ଏବେ ଏହାକୁ କେତେକ ଅଣଓଡିଆ ଓ ଓଡିଆ ରଙ୍ଗ ଦେଇ
ଅଫିସରମାନଙ୍କୁ ନିଜ ନିଜ ଭିତରେ ଫାଟ ସୃଷ୍ଟି କରିବା ସହିତ ପରସ୍ପର ଭିତରେ ଲଢେଇ ପାଇଁ ଉଦ୍ୟମ ଚଳାଇଛନ୍ତି । ନିର୍ଦ୍ଦିଷ୍ଟ
କିଛି ଗଣମାଧ୍ୟମ ନିଆଁରେ ଘିଅ ଢାଳୁଥିବାବେଳେ ଏଭଳି ଷଡଯବ ପଛରେ କାହାର ହାତ ରହିଛି ବୋଲି ଏବେ ଆଲୋଚନା ଜୋର ଧରିଛି । ସଦ୍ୟ ବିବାଦଟି ଛିଡା କରାଯାଇଛନ୍ତି ଲାଞ୍ଚ ମାମଲାରେ ଜେଲ୍‍ ଯାଇଥିବା ଆଇଏଏସ୍‍ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ପତ୍ନୀ ତୁଷିମା । ଗଣମାଧ୍ୟମକୁ ସେ ସ୍ୱାମୀ ନିର୍ଦ୍ଦୋଷ ବୋଲି କହିବା ସଂଗେ ସଂଗେ ଅଣଓଡିଆ ଓ ଓଡିଆ ଅଫିସରଙ୍କ ମଧ୍ୟରେ ଏକ ପ୍ରକାର ବିବାଦ ଛିଡା କରାଇଛନ୍ତି ।
ତେବେ ତୁଷିମା ହଠାତ୍‍ ଏଭଳି କହିଲେ କାହିଁକି ? ସିଏ ନିଜ ସ୍ୱାମୀ ନିର୍ଦ୍ଦୋଷବୋଲି କହିବାରେ କିଛି ଅସୁବିଧା ନାହିଁ । କିଛି ଅଫିସରଙ୍କ ଷଡଯବ ଯୋଗୁଁ ଏଭଳି ହୋଇଛି ବୋଲି କହିଥିବାବେଳେ ଅଣଓଡିଆ-ଓଡିଆ ବିବାଦ ଛିଡା କରାଇବାର କିଛି କାରଣ ନଥିଲା । ତେଣୁ ତୁଷିମାଙ୍କ ମୁହଁରେ ଏଭଳି ବିବାବୀୟ ମନ୍ତବ୍ୟ କେଉଁମାନେ କୁହାଇଛନ୍ତି ତାହାକୁ ନେଇ ଏବେ ଚର୍ଚ୍ଚା ଚାଲିଛି । କିଛି ଗଣମାଧ୍ୟମରେ ଯାହା କୁହାଯାଉଛି ଯେ ଅଣଓଡିଆ ଅଫିସରମାନେ ସବୁ କ୍ଷମତା ହାତେଇ ନେଉଛନ୍ତି ତାହାକୁ କିଛି ପୂର୍ବତନ ଆଇଏଏସ୍‍ ଅଫିସରମାନେ ନାପସନ୍ଦ କରିଛନ୍ତି । ସେମାନଙ୍କର କହିବାକଥା ହେଲା ଯେ ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର, କୃଷି ଉତ୍ପାଦନ କମିଶନର, ଗ୍ରାମ୍ୟ ଉନ୍ନୟନ, ଶକ୍ତି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଉଚ୍ଚଶିକ୍ଷା ଭଳି ବଡ ବଡ ବିଭାଗରେ ଏବେ ଓଡିଆ ଅଫିସରମାନେ ରାଜୁତି କରୁଛନ୍ତି । ତେଣୁ ଓଡିଆ ଆଇଏଏସ୍‍ ଅଫିସରମାନଙ୍କୁ ଭଲ ପଦବୀ ମିଳୁନଥିବା ଯାହା କୁହାଯାଉଛି ତାହାର କୌଣସି ବାସ୍ତବତା ନାହିଁ । ଏହା ପଛରେ ଅନ୍ୟ କିଛି ଷଡଯବ ରହିଥିବା ସେମାନେ ଆଶଙ୍କା କରୁଛନ୍ତି । କିଛିଦିନ ତଳେ ଅଭୟଙ୍କ ଡିଜିପି ନିଯୁକ୍ତି ସମୟରେ କିଛି ଖଳ ପକୃତିର ଲୋକେ ଓ ମିଡିଆ ମଧ୍ୟ ଓଡିଆ-ଅଣଓଡିଆ ବିବାଦ
ଛିଡା କରିବାକୁ ଉଦ୍ୟମ କରିଥିଲେ ।
ସେତେବେଳେ ଯଦିଓ ଏହା ଏତେ ଚର୍ଚ୍ଚାରେ ନଥିଲା କିନ୍ତୁ କିଛି ଗଣମାଧ୍ୟମ ଏହାକୁ ବିବାଦର ରୂପ ଦେବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲା । ରାଜ୍ୟ ସରକାର ପ୍ରଶାସନିକ କାର୍ଯ୍ୟ ଚଳାଇବାପାଇଁ ଅଫିସରମାନଙ୍କୁ ନିଯୁକ୍ତି ଦେବା ସମୟରେ ଓଡିଆ ଓ ଅଣଓଡିଆକୁ ଗୁରୁତ୍ୱ ଦିଅନ୍ତି ନାହିଁ । ସେଭଳି ହେଉଥିଲେ ଓଡିଆ ଅଫିସରମାନେ ମୁଖ୍ୟମବୀଙ୍କ ଦପ୍ତର ଠାରୁ ଆରମ୍ଭକରି ମୁଖ୍ୟ ଶାସନ ସଚିବଙ୍କ ଦପ୍ତର ପର୍ଯ୍ୟନ୍ତ ରାଜ୍‍ କରୁନଥାନ୍ତେ । ଏବେ ମୁଖ୍ୟମବୀଙ୍କ ଦପ୍ତରରେ ବହୁ ଦକ୍ଷ ଅଫିସର ପ୍ରଶାସନରେ ବଡ ବଡ ନିଷ୍ପତ୍ତି ନେଉଥିବାବେଳେ ଏଭଳି ବିବାଦ ସୃଷ୍ଟିକରିବା ଏବେ ଅନେକଙ୍କୁ ଆ୧⁄୨ର୍ଯ୍ୟ କରିଛି । କିଛି ବିତାଡିତ ନେତା ଓ ସେମାନଙ୍କ ପୃଷ୍ଠପୋଷକତାରେ ଥିବା ଗଣମାଧ୍ୟମ ଏଭଳି ବିବାଦକୁ ଉସ୍‍କାଉଥିବାବେଳେ ଏହାକୁ କିନ୍ତୁ ଅନେକ ଓଡିଆ ଅଫିସର ନାପସନ୍ଦ କରୁଥିବା ଜଣାଯାଇଛି । ତେବେ ଏଭଳି ବିବାଦ ଛିଡା କରିବା ପଛରେ କେଉଁ ଶକ୍ତିମାନେ ରହିଛନ୍ତି ସେମାନଙ୍କୁ ଖୋଜି ବାହାର କରିବାପାଇଁ ଅନେକ ମତ ଦେଉଛନ୍ତି ।