Odia News Portal

ପଛୁଆବର୍ଗର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୃଢ ପଦକ୍ଷେପ

ଭୁବନେଶ୍ବର : ଜାତିଗତ ଜନଗଣନା ପାଇଁ ରାଜ୍ୟ କ୍ୟାବିନେଟରେ ସଙ୍କଳ୍ପ ପାରିତ ହୋଇଛି । ଏ ସଂକ୍ରାନ୍ତରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ପଦକ୍ଷେପକୁ ତେଲି ସମାଜ ପକ୍ଷରୁ ସ୍ୱାଗତ କରାଯାଇଛି । ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ପଛୁଆବର୍ଗର ବିକାଶ ପାଇଁ ଏଭଳି ଦୃଢ ପଦକ୍ଷେପ ନେଇଥିବାରୁ ସୋମବାର ତେଲି ସମାଜର ରାଜ୍ୟ ସଭାପତି ରଘୁନାଥ ସାହୁଙ୍କ ନେତୃତ୍ୱରେ ବହୁ ସଂଖ୍ୟାରେ ତେଲିମାନେ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ।

ଓଡିଶାରେ ଥିବା ୭୦ ଲକ୍ଷ ତେଲିମାନଙ୍କୁ ନେଇ ଏହା ଏକ ପ୍ରମୁଖ ପଛୁଆବର୍ଗ ଜାତି ଭାବେ ଜଣାଯାଏ । ଜାତିଗତ ଜନଗଣନା କରାଗଲେ ବିଭିନ୍ନ ଜାତିର ସାମାଜିକ, ଅର୍ଥନୈତିକ ଓ ଶିକ୍ଷାଗତ ଆଦି ସୂଚନା ମିଳିପାରିବ । ବିଶେଷକରି ତେଲି ଜାତି ଭବିଷ୍ୟତରେ ଏହି ସବୁ କ୍ଷେତ୍ରରେ ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରିବାରେ ଜାତିଗତ ଜନଗଣନା ସହାୟକ ହେବ । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତିକୁ ସମାଜ ପକ୍ଷରୁ ପ୍ରଶଂସା କରାଯାଇଛି ଓ ବହୁ ସଂଖ୍ୟାରେ ତେଲିମାନେ ନବିନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହି ଶୋଭାଯାତ୍ରରେ ରାଜ୍ୟ ସଭାପତି ଓ ପୂର୍ବତନ ବିଧାୟକ, ଚିଲିକା, ରଘୁନାଥ ସାହୁ, ବିଶ୍ୱନାଥ ସୁବୁଦ୍ଧି, ସଭାପତି, ସ୍ନେହି ସମାଜ, ଭୁବନେଶ୍ୱର, କୃଷ୍ଣଚନ୍ଦ୍ର ପୃଷ୍ଟି, କଟକ, ଡଃ ଅନନ୍ତ ଚରଣ ସାହୁ, ଡଃ ସୂର୍ଯ୍ୟନାରାୟଣ ବେହେରା, ବିପ୍ରବର ସାହୁ, ଢେଙ୍କାନାଳ, ସରୋଜ କୁମାର ସାହୁ, ବାରଙ୍ଗ, ବନ୍ଦନା ସାହୁ, ଶ୍ରୀମତୀ ବିଣାପାନୀ ସାହୁ, ଗୁରୁକିଙ୍କର ଜେଠୀ, କାର୍ତୀକ ସାହୁ, ରାକେଶ ସାହୁ, ସରୋଜ କୁମାର ସାହୁ, କଟକ, ନିଧି ସାହୁ, ହୃଷିକେଶ ସାହୁ, ଜାଜପୁର, ରବିନ୍ଦ୍ର କୁମାର ସାହୁ, ବଡମ୍ବା, ଦେବାଶିଷ ସାହୁ, ଉପେନ୍ଦ୍ର ସାହୁ, ବେଗୁନିଆ ପ୍ରମୁଖ ନେତୃତ୍ୱ ନେଇଥିଲେ ।