Odia News Portal

ଏହି ଅଭିନେତ୍ରୀଙ୍କୁ ଧନ୍ୟବାଦ ଦେଲେ ନିର୍ଭୟାଙ୍କ ମା’

ମୁମ୍ବାଇ() ନିର୍ଭୟା ଦୋଷୀଙ୍କୁ ମଝି ଛକରେ ଫାଶୀ ଦେବାକୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରନୌତ ଦାବି କରିଛନ୍ତି । ଏବେ ନିର୍ଭୟାଙ୍କ ମା’ମଧ୍ୟ କଙ୍ଗନାଙ୍କ ବୟାନକୁ ସମର୍ଥନ କରି କହିଛନ୍ତି ଯେ, ସେ ନିଜ ଝିଅଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଲଢୁଛନ୍ତି । ସେ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଙ୍ଗନା ଫାଶୀ ଦଣ୍ଡର ସମର୍ଥନ କରି ବରିଷ୍ଠ ଓକିଲ ଇନ୍ଦିରା ଜୟସିଂହଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଥିଲେ ।

ନିର୍ଭୟାଙ୍କ କହିଛନ୍ତି, “ମୁଁ କଙ୍ଗନା ରନୌତଙ୍କ ବୟାନ ସହ ଏକମତ ଏବଂ ଏଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି । ମୁଁ କୌଣସି ପ୍ରକାରେ ମହାନ ହେବାକୁ ଚାହୁଁନି । ମୁଁ ଜଣେ ମା’ଏବଂ ସାତ ବର୍ଷ ପୂର୍ବେ ମୋ ଝିଅର ଜୀବନ ଯାଇଥିଲା ଏବଂ ମୁଁ ନ୍ୟାୟ ଚାହୁଁଛି” ।

ଫିଲ୍ମ ପ୍ରିମିୟର ଅବସରରେ କଙ୍ଗନା କହିଥିଲେ ଯେ, ଜଣେ ନାବାଳକ ଥିଲା, ଯିଏ ରେପ କରୁଛି ଯେ ସେ ନାବାଳକ ହୋଇପାରିବନି । ଏହିପରି ଲୋକଙ୍କୁ ମଝି ଛକରେ ମାରିବା ଦରକାର ଏବଂ ତାଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ଦରକାର । ସେମାନେ ଜାଣିବା ଦରକାର ଯେ ରେପ୍ କଣ ଏବଂ ଏହାର ଦଣ୍ଡ କଣ ରହିଛି ।