Odia News Portal

ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ ରଥକାଠ

ପୁରୀ : କାଳିଆର ରଥଯାତ୍ରା ପାଇଁ ଶନିବାର ଶ୍ରୀକ୍ଷେତ୍ରରେ ଆସି ପହଞ୍ଚିଛି ପ୍ରଥମ ପର୍ଯ୍ୟାୟ ରଥକାଠ। ମିଳିଥିବା ସୂଚନା ଅନୁସାରେ, ନୟାଗଡ଼ ବନଖଣ୍ଡରୁ ଆସି ପୁରୀରେ ପହଞ୍ଚିଛି। ଦୁଇଟି ଟ୍ରକ୍‌ରେ ସମୁଦାୟ ୫୩ ଖଣ୍ଡ କାଠ ଆସିଥିବା ଜଣାପଡ଼ିଛି।

ଏଥିରେ ୨୦ ଫୁଟିଆ ଅସନ ୧୯ ଖଣ୍ଡ, ୧୨ ଫୁଟିଆ ଧଉରା ଓ ଅସନ ୩୪ ଖଣ୍ଡ କାଠ ରହିଛି। ରଥଯାତ୍ରା ପାଇଁ ମୋଟ ୮୬୫ ଖଣ୍ଡ କାଠ ଆବଶ୍ୟକ ଥିବାବେଳେ ୧୯୩ ଖଣ୍ଡ ବଳକା ରହିଛି। ଏଣୁ ଚଳିତ ବର୍ଷ ୬୭୨ ଖଣ୍ଡ ରଥକାଠ ଆବଶ୍ୟକ ରହିଛି । ଏହା ନୟାଗଡ଼ ଓ ବୌଦ୍ଧ ବନଖଣ୍ଡରୁ ରଥକାଠ ପହଞ୍ଚିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାକୁ ଗ୍ରହଣ କରାଯାଇଛି।