Odia News Portal

ଏହି ଅଭିନେତ୍ରୀଙ୍କ ସବୁ ଫଟୋକୁ ଜୁମ୍ କରି ଦେଖନ୍ତି ସଲମାନ

ମୁମ୍ବାଇ() ବଲିଉଡ୍ ବିୟୁଟି କ୍ୟାଟ୍ରିନା କୈଫ୍ଙ୍କ ସହ ସଲ୍ମାନ୍ ଖାନଙ୍କ ସମ୍ପର୍କ ଅଧିକ ଚର୍ଚ୍ଚାରେ ରହିଛି। ଦୁଇଜଣ କେବେଠୁ ଅଲଗା ହୋଇଯାଇଛନ୍ତି ସତ, ହେଲେ ଏବେ ବି ସଲ୍ମାନ ତାଙ୍କ ହୃଦୟରୁ କ୍ୟାଟ୍ରିନାଙ୍କ ନାଁକୁ ଲିଭାଇପାରି ନାହାଁନ୍ତି। ନିକଟରେ ଏକ ଭିଡିଓ ଭାଇରାଲ୍ ହେଉଛି ଯେଉଁଥିରେ ସଲ୍ମାନ କହିଛନ୍ତି ଯେ ସେ କ୍ୟାଟ୍ରିନାଙ୍କ ଫଟୋକୁ ଜୁମ୍ କରି ଦେଖନ୍ତି।

ମୁମ୍ବାଇ ପୁଲିସ୍ର ବାର୍ଷିକ ଉତ୍ସବ ‘ଉମଙ୍ଗ୍’ରେ ସଲ୍ମାନ୍ ଏହି ଖୁଲାସା କରିଛନ୍ତି। ସୋନି ଟିଭି ତରଫରୁ ଏହି ପ୍ରୋଗ୍ରାମର ଏକ ପ୍ରୋମୋ ରିଲିଜ୍ ହୋଇଛି, ଯେଉଁଥିରେ କମେଡ଼ି କିଂ କପିଲ୍ ଶର୍ମା ସଲ୍ମାନ୍ ଓ କ୍ୟାଟ୍ରିନାଙ୍କୁ ଷ୍ଟେଜ୍ ଉପକୁ ଡାକୁଛନ୍ତି।

ଏହାପରେ ସେ ସଲ୍ମାନ୍ଙ୍କୁ ମଜାଳିଆ ଅନ୍ଦାଜରେ ପ୍ରଶ୍ନ କରୁଛନ୍ତି ଯେ ସୋଶାଲ୍ ମିଡିଆରେ ଅନେକ ଝିଅ ତାଙ୍କୁ ମେସେଜ କରୁଛନ୍ତି, ତ ସେ କେବେ କୌଣସି ଝିଅର ପ୍ରୋଫାଇଲ୍କୁ ଯାଇ ତାଙ୍କ ଫଟୋକୁ ଜୁମ୍ କରି ଦେଖିଛନ୍ତି କି?

https://twitter.com/i/status/1220624779486457856

ସଲ୍ମାନ୍ ଉତ୍ତର ଦେଇ କହିଥିଲେ, ‘ନାଁ ମୁଁ ଏମିତି କେବେ କରିନି, ହେଲେ ମୁଁ କ୍ୟାଟ୍ରିନାଙ୍କ ସବୁ ଫଟୋକୁ ଜୁମ୍ କରି ଦେଖେ। ’ ସଲ୍ମାନ୍ଙ୍କ ଏଭଳି ଉତ୍ତର ଶୁଣି କ୍ୟାଟ୍ରିନାଙ୍କ ସହ ସେଠାରେ ଥିବା ସବୁ ଲୋକ ହସିବାକୁ ଲାଗିଲେ।