Odia News Portal

ତପ୍ତପାଣି ଘାଟି ତଳକୁ ଖସିଲା ବସ୍‌, ୭ ମୃତ୍ୟୁ, ୪୦ ଆହତ

ଘାଟିରୁ ଓଲଟିଲା ବସ୍‌। ଗଞ୍ଜାମ ତପ୍ତପାଣି ଘାଟି ପାଳୁଖୁରା ନିକଟରେ ବ୍ରିଜ ତଳକୁ ଖସିଲା ବସ୍‌। ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ବ୍ରହ୍ମପୁର ଓ ଦିଗପହଣ୍ଡି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆଉ କିଛି ଯାତ୍ରୀ ବସ୍‌ ତଳେ ଚାପି ହୋଇ ରହିଥିବା ସୂଚନା ମିଳିଛି।

ମାରୁତି ନାମକ ଏକ ଘରୋଇ ବସ୍‌ ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିବାବେଳେ ବିଳମ୍ବିତ ରାତିରେ ଦୁର୍ଘଟଣା ଘଟିଥିଲା। ବସ୍‌ର ବ୍ରେକ୍‌ ଫେଲ୍‌ ହୋଇଯିବାରୁ ଦୁର୍ଘଟଣା ଘଟିଥିବା ସନ୍ଦେହ କରାଯାଉଛି। ପାଟପୁର ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।