Odia News Portal

ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ, ଦେଖିବାକୁ ଲୋକଙ୍କ ଭିଡ଼

ବାଲେଶ୍ବର :  ଜାଲରେ ପଡ଼ିଲା ୨ କୁଇଣ୍ଟାଲ ଓଜନର ଶାଙ୍କୁଚ । ବାଲେଶ୍ୱର ଜିଲ୍ଲା ବଳରାମଗଡ଼ି ମାଛଧରା ବନ୍ଦରରେ ଆଜି ଏହି ଶାଙ୍କୁଚ ଦେଖିବାକୁ ମିଳିଥିଲା ।

ଗଭୀର ସମୁଦ୍ରକୁ ମତ୍ସ୍ୟଜୀବୀମାନେ ମାଛ ମାରିବାକୁ ଯାଇଥିବା ବେଳେ ଶାଙ୍କୁଚଟି ଜାଲରେ ପଡ଼ିଥିଲା । ବୋଟ୍‌ରୁ ଓହ୍ଲାଇ କୂଳକୁ ଆଣିବା ପରେ ଏହାକୁ ଦେଖିବାକୁ ଭିଡ଼ ଜମିଥିଲା ।