Odia News Portal

ଆଜି ମହାପ୍ରଭୁଙ୍କ ପଦ୍ମବେଶ

ପୁରୀ : ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଦ୍ମବେଶ ଅନୁଷ୍ଠିତ ହେବ। ରତ୍ନସିଂହାସନ ପୁଷ୍କରିଣୀରେ ପରିଣତ ହେବ। ପଦ୍ମ ଫୁଲ ଫୁଟିବ । ହଂସରାଳି ଖେଳିବେ । ପ୍ରସ୍ଫୁଟିତ ବିଶାଳ ପଦ୍ମର କେଶର ଭାଗରେ କଳା ଶ୍ରୀମୁଖ ଶୋଭାପାଇବ । ପଦ୍ମବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥ ।

ରାତ୍ର ଚନ୍ଦନଲାଗି ନୀତି ବଢ଼ିବାପରେ ବଡ଼ସିଂହାରରେ ଠାକୁରେ ଏହି ବେଶ ହେବେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଠାକୁରଙ୍କୁ ଏହି ବେଶରେ ଦର୍ଶନକରି ପୂଣ୍ୟ ଅର୍ଜନ କରିବେ ଶ୍ରଦ୍ଧାଳୁ ।