Odia News Portal

ପେଡ଼ି ଖୋଲିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ : ସଂସଦରେ ଦ୍ୱିତୀୟ ଥର ପାଇଁ ଏହି ବଜେଟ ଉପସ୍ଥାପନ କରିଛନ୍ତି ସୀତାରମଣ । ମୋଦି ସରକାରଙ୍କ ଦ୍ୱିତୀୟ ପାଳିରେ ଏହା ହେଉଛି ପୂର୍ଣ୍ଣାଙ୍ଗ ବଜେଟ୍ । ଉପସ୍ଥାପିତ ହେବା ପୂର୍ବରୁ ବଜେଟ୍-୨୦୨୦-୨୧କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଥିଲେ । ବାଚସ୍ପତି ଓମ୍ ବିର୍ଲା ଲୋକସଭାରେ ଆସନ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଅଭିଭାଷଣ ଆରମ୍ଭ କରିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି । ଅର୍ଥନୀତିକୁ ସଠିକ ଦିଗରେ ଆଗକୁ ବଢାଇବାରେ ବେଶ ସହାୟକ ହୋଇଛି । ଦେଶରେ ୧୬ ଲକ୍ଷ ନୂଆ ଟିକସ ଦାତାଙ୍କ ସଂଖ୍ୟା ବଢିଛି । ଭାରତ ହେଉଛି ବିଶ୍ୱର ୫ମ ବୃହତ ଅର୍ଥନୈତିକ ରାଷ୍ଟ୍ର । ଆମ ଅର୍ଥବ୍ୟବସ୍ଥାର ମୂଳଦୁଆ ମଜଭୁତ ହୋଇଛି । ଯୁବର୍ଗକୁ ରୋଜଗାର ଯୋଗାଇବାକୁ ପ୍ରୟାସ ଜାର ରହିଛି । ଆମର ଆର୍ଥିକ ନୀତି ଉପରେ ଲୋକଙ୍କ ଭରସା ରହିଛି । ସବକା ଦାଥ୍ ସବକା ବିକାଶ, ଆମର ଲକ୍ଷ୍ୟ ।