Odia News Portal

ବୈଠକ ଅଧାରୁ ଉଠି ପଳାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଭୁବନେଶ୍ୱର () ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ରେଳବାଇ ସଂପର୍କିତ ଗୃହ କମିଟିର ଆଲୋଚନା ଚାଲିଥିବାବେଳେ ସମସ୍ତଙ୍କୁ ଚକିତ କଲା ଭଳି ଦୃଶ୍ୟ ଦେଖିବାକୁ ମିଳିଛି । ବୈଠକ ଅଧାରୁ ଉଠି ପଳାଇଆସିଲେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ।

ଏନେଇ ମୋହନ ମାଝୀ ପ୍ରତିକି୍ରୟା ଦେଇ କହିଛନ୍ତି, ସରକାରୀ ଅଧିକାରୀଙ୍କ କଥାରେ ଅସନ୍ତୋଷ ପ୍ରକାଶ କରିବା ସହ ତାଙ୍କୁ ବୈଠକରେ ଅପମାନିତ କରାଗଲା ବୋଲି ସେ ଅଭିଯୋଗ କରିଛନ୍ତି। ଏହାସହ ଆସନ୍ତାକାଲି ଦିଲ୍ଲୀରେ ହେବାକୁ ଥିବା ବୈଠକରେ ସାମିଲ ହେବେ ନାହିଁ ବୋଲି ବିଜେପି ବିଧାୟକ ମୋହନ ମାଝୀ କହିଛନ୍ତି।
ସେ ଆହୁରି କହିଛନ୍ତି,“ ଗୃହ କମିଟି ବୈଠକରେ ରେଲୱେ ବଜେଟ୍ ସଂପର୍କରେ ମୁଁ ସରକାରୀ ଅଧିକାରୀଙ୍କୁ କିଛି ପ୍ରଶ୍ନ ପଚାରିଥିଲି। ସେମାନେ ମୋ ପ୍ରଶ୍ନରେ ଉତ୍ତର ଦେବେ ନାହିଁ ବୋଲି କହିଥିଲେ। ବାଚସ୍ପତିଙ୍କ ପ୍ରଶ୍ନରେ ଉତ୍ତର ଦେବୁ ବୋଲି କହିଥିଲେ।”

ସେପଟେ ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଦିଲ୍ଲୀ ଯାଇ କେନ୍ଦ୍ର ରେଳ ମନ୍ତ୍ରୀଙ୍କୁ ଭେଟି ଦାବି ଅବଗତ କରିବ ଗୃହ କମିଟି । ଆଉ କେଉଁ କେଉଁ ଦିଗ ନେଇ ଦାବି ରହିବ ସେ ନେଇ ଆଜିର ଗୃହ କମିଟି ବୈଠକରେ ନିଷ୍ପତି ହୋଇଛି ।