ନୂଆଦିଲ୍ଲୀ() ଫେବ୍ରୁଆରୀ ୧୬ରେ ତୃତୀୟ ଥର ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଅରବିନ୍ଦ କେଜ୍ରିୱାଲ। ଏନେଇ ଆମ୍ ଆଦ୍ମୀ ପାର୍ଟି ପକ୍ଷରୁ ସୂଚନା ଦିଆଯାଇଛି । ଫେବୃୟାରୀ ୧୬ରେ ରାମଲୀଳା ମଇଦାନରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ କେଜ୍ରିୱାଲ। କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବରେ ବହୁ ବରିଷ୍ଠ ନେତା ମନ୍ତ୍ରୀ ଯୋଗ ଦେବାର କାର୍ୟ୍ୟକ୍ରମ ରହିଛି।
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆପ୍କୁ ବହୁମତ ମିଳିଛି। ମୋଟ ୭୦ ଆସନରୁ ଆପ୍ ୬୨ଟି ଆସନରେ ବିଜୟୀ ହୋଇଛି। ଦିଲ୍ଲୀରେ ବିଜେପି ୮ଟି ଆସନ ପାଇଥିଲା ବେଳେ ଗତ ଥର ଭଳି କଂଗ୍ରେସ ଏଥର ଖାତା ଖୋଲି ପାରିନାହିଁ ।