Odia News Portal

ରାଷ୍ଟ୍ରପତି ଭବନରେ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ()  ଆଜି ଦିଲ୍ଳୀ ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି ।ଟ୍ରମ୍ପଙ୍କୁ ଗାର୍ଡ ଅଫ ଅନର ଦିଆଯିବା ପରେ ଭାରତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ରମ୍ପଙ୍କୁ ସ୍ୱାଗତ କରିଛନ୍ତି । ଟ୍ରମ୍ପଙ୍କ ସହ ଆସିଥିବା ପତ୍ନୀ ମେଲାନିଆ, ଝିଅ ଇଭାଙ୍କା ଓ ଅନ୍ୟ ପ୍ରତିନିଧିମାନଙ୍କୁ ସ୍ୱାଗତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ।

ତାପରେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କ ସମାଧିରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ଟ୍ରମ୍ପଦମ୍ପତି । ଏହି ଅବସରରେ ଉଭୟ ରାଜଘାଟରେ ଏକ ଚାରା ରୋପଣ କରିଛନ୍ତି । ଆଉ କିଛି ସମୟ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ହାଇଦ୍ରାବାଦ ହାଉସରେ ଆଲୋଚନା କରିବା କାର୍ୟ୍ୟକ୍ରମ ରହିଛି । ଏହି ଅବସରରେ ଦୁଇ ଦେଶ ମଧ୍ୟରେ ୩୦୦ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ହେବ ଏବଂ ଭାରତ ଓ ଆମେରିକା ଇତିହାସ ଲେଖାହେବ ।