Odia News Portal

ଦିଲ୍ଲୀ ପୁଲିସକୁ ସମାଲୋଚନା କରିବା ପରେ ବଦଳି ହେଲେ ବିଚାରପତି

ନୂଆଦିଲ୍ଲୀ()  ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ ଏସ. ମୁରଲୀଧରଙ୍କ ବଦଳି ହୋଇଛି।ଜଷ୍ଟିସ ମୁରଲୀଧରଙ୍କ ବଦଳିକୁ ନେଇ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ବିଜ୍ଞପ୍ତି ପ୍ରକାଶ କରିଛି।ହରିଆଣା ଏବଂ ପଞ୍ଜାବ ହାଇକୋର୍ଟଙ୍କୁ ତାଙ୍କର ବଦଳି ହୋଇଛି। ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଜଷ୍ଟିସ ଏସ ଏ ବୋବଡ଼େଙ୍କ ସୁପାରିଶକ୍ରମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦିଲ୍ଲୀ ହାଇକୋର୍ଟର ବିଚାରପତି ଜଷ୍ଟିସ ମୁରଲୀଧରଙ୍କୁ ବଦଳି କରିଛନ୍ତି।

ବୁଧବାର ହିଂସା ମାମଲାର ଶୁଣାଣି କରୁଥିବା ବେଳେ ଜଷ୍ଟିସ ମୁରଲୀଧର ଦିଲ୍ଲୀ ପୁଲିସକୁ କଡ଼ା ସମାଲୋଚନା କରିଥିଲେ। ହେଲେ ଏହି ବଦଳି ଦିଲ୍ଲୀ ହିଂସା ମାମଲାର ଶୁଣାଣି ସହିତ କୌଣସି ସମ୍ପର୍କ ନାହିଁ। କାରଣ ଜଷ୍ଟିସ ମୁରଲୀଧରଙ୍କ ବଦଳି ପାଇଁ ଫେବୃଆରୀ ୧୨ ତାରିଖରେ ସୁପ୍ରିମକୋର୍ଟଙ୍କ କଲେଜିୟମ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।

ଜଷ୍ଟିସ ମୁରଲୀଧର ୨୯ ମେ ୨୦୦୬ରେ ଦିଲ୍ଲୀ ହାଇକୋର୍ଟରେ ବିଚାରପତି ହୋଇଥିଲେ। ଦିଲ୍ଲୀ ହାଇକୋର୍ଟରେ ଶୁଣାଣି ହେଉଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଜଷ୍ଟିସ ମୁରଲୀଧର ଗୁରୁତ୍ୱପୂର୍ଣ୍ଣ ଭୂମିକା ଲିଭାଉଥିଲେ।