Odia News Portal

ଶେଷ ହେଲା ମାଟ୍ରିକ ପରୀକ୍ଷା, ମାର୍ଚ୍ଚ ୧୮ରୁ ଖାତାଦେଖା

ଭୁବନେଶ୍ବର: ଶେଷ ହୋଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା। ଆଜି ଶେଷ ଦିନରେ ଛାତ୍ରଛାତ୍ରୀମାନେ ସାମାଜିକ ବିଜ୍ଞାନ ପରୀକ୍ଷା ଦେଇଥିଲେ। ପରୀକ୍ଷା ସୁରୁଖୁରୁରେ ଶେଷ ହୋଇଛି। ସହଜ ପ୍ରଶ୍ନ ପଡିଥିବା କହିଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାରେ ଭଲ ନମ୍ବର ରହିବା ନେଇ ଆଶା ରଖିଛନ୍ତି ଛାତ୍ରଛାତ୍ରୀ।

ଫେବୃୟାରୀ ୧୯ ତାରିଖରୁ ଆରମ୍ଭ ହୋଇଥିଲା ପରୀକ୍ଷା। ଚଳିତ ବର୍ଷ ୨ହଜାର ୮୮୮ କେନ୍ଦ୍ରରେ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୦ ହଜାରରୁ ଅଧିକ ଛାତ୍ରଛାତ୍ରୀ । ମାର୍ଚ୍ଚ ୧୮ରୁ ଆରମ୍ଭ ହେବ ମାଟ୍ରିକ୍‌ ଖାତାଦେଖା। ୬୧ଟି ମୂଲ୍ୟାୟନ କେନ୍ଦ୍ରରେ ହେବ ଖାତାଦେଖା। ୧୫ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ ଶିକ୍ଷୟିତ୍ରୀ ମୂଲ୍ୟାୟନ କରିବେ।