Odia News Portal

କପଡ଼ା ବ୍ୟାଗ୍ ସଙ୍ଗେ ନିଅ, ପରିବେଶର ସାଥି ହୁଅ

ଭୁବନେଶ୍ୱର : ପରିବେଶବନ୍ଧୁ ସହର ଭାବେ ଭୁବନେଶ୍ୱରକୁ ଗଢି ତୋଳିବାରେ ନାଗରିକ, ସରକାରୀ ଏବଂ ବେସରକାରୀ ସଂସ୍ଥ୍‌ା, ବ୍ୟବସାୟିକ ସଙ୍ଗଠନ, କମ୍ପାନୀ ଇତ୍ୟାଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଏହି ଉଦ୍ଦେଶ୍ୟରେ ନାଗରିକ ସଂଯୋଗକୁ ଦୃଢ କରିବା ପାଇଁ  ଭୁବନେଶ୍ୱର ମହାନଗର ନିଗମ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଂସ୍ଥା ଏବଂ ନାଗରିକ ସଙ୍ଗଠନକୁ “ମୁଁ ସଫେଇବାଲା” ଅଭିଯାନର ଅଂଶୀଦାର
କରିଚାଲିଛନ୍ତି । ଆଜି ସେହିଭଳି ଏକ କାର୍ଯ୍ୟକ୍ରମ ସହରର ପରିବେଶ ଅନୁକୂଳ ଅଭିଯାନକୁ ଆଗେଇ ନେଇଛି । ସକାଳ ୧୦.୩୦ ମିନିଟ୍‌ରେ ଆରମ୍ଭ ହୋଇଛି କପଡ଼ା ବ୍ୟାଗ୍ ବଂଟନ କାର୍ଯ୍ୟକ୍ରମ ।

କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି ଅତିରିକ୍ତ କମିଶନର-୧ ସୁରଥ ଚନ୍ଦ୍ର ମଲ୍ଲିକ୍ ଏବଂ ଅତିରିକ୍ତ
କମିଶନର-୨ ଅବନିକାନ୍ତ ପଟ୍ଟନାୟକ । ଆ ଇ ଡ଼ି ବି ଆଇ ବ୍ୟାଙ୍କ୍ ତରଫରୁ ଉପସ୍ଥିତ ଥିଲେ ଜେନେରାଲ୍ ମ୍ୟାନେଜର୍ ସୁଦିପ୍ତ ବାନାର୍ଜୀ ଏବଂ ଡ଼େପୁଟି ଜେନେରାଲ୍ ମ୍ୟାନେଜର୍ ମନୋଜ କୁମାର ଗୁପ୍ତା । ବି.ଏମ୍‌.ସିର ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ଉଦ୍ଘାଟନୀରେ ଉପସ୍ଥିତ ଥିଲେ ମୁଖ୍ୟ ବିତ
ଅଧିକାରୀ ଲାବଣ୍ୟ ଶବର, ଡ଼େପୁଟି କମିଶନର ରାଜସ୍ୱ ଶ୍ରୀମନ୍ତ ମିଶ୍ର, ଡ଼େପୁଟି କମିଶନର ଲୋକସମ୍ପର୍କ ଓ ଯୋଗାଯୋଗ ଶ୍ୟାମସୁନ୍ଦର ସେଠୀ, ଡ଼େପୁଟି କମିଶନର ପରିମଳ ଶୁଭେନ୍ଦୁ କୁମାର ସାହୁ, ଡ଼େପୁଟି କମିଶନର ୱେଲ୍‌ଫେୟାର୍ ଅଶୋକ କୁମାର ମହାନ୍ତି । ଭୁବନେଶ୍ୱରରେ ପଲିଥିନ୍‌, କ୍ୟାରୀବ୍ୟାଗ୍ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍ ର ବର୍ଜନ କରି ସମସ୍ତ ନାଗରିକ ଏହି ସହରକୁ ଏକ ପରିବେଶବନ୍ଧୁ ସହର କରି ଗଢିତୋଳିବା ଏବଂ ଏହାର ପରିମଳ ସ୍ଥିତିକୁ ଉଚ୍ଚ ସ୍ଥାନରେ ପହଂଚାଇବାର ଗୁରୁ ଦାୟିତ୍ୱ କେବଳ ସରକାରଙ୍କର ନୁହେଁ, ବରଂ ସବୁ ସ୍ତରର ନାଗରିକ ଏବଂ ଅନୁଷ୍ଠାନ ମାନଙ୍କର ନିରନ୍ତର ସହଯୋଗ ଆବଶ୍ୟକ । ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରି କହିଛନ୍ତି ଅତିରିକ୍ତ
କମିଶନର ସୁରଥ ଚନ୍ଦ୍ର ମଲ୍ଲିକ୍ । ଆଇ ଡ଼ି ବି ଆଇ ତରଫରୁ ଆସିଥିବା ଡ଼େପୁଟି ଜେନେରାଲ୍ ମ୍ୟାନେଜର୍ ମନୋଜ କୁମାର ଗୁପ୍ତା କହିଛନ୍ତି ଯେ, ବ୍ୟାଙ୍କ୍ କେବଳ ଗ୍ରାହକ ମାନଙ୍କ ବନ୍ଧୁ ନୁହେଁ, ନାଗରିକ ମାନଙ୍କ ବନ୍ଧୁ ସାଜି ଭୁବନେଶ୍ୱରକୁ ଏକ ପରିବେଶ ଅନୁକୂଳ ସହର କରି ଗଢିବାରେ ଏବଂ ନାଗରିକ ମାନଙ୍କୁ ଏଥିରେ ଅଭ୍ୟସ୍ତ କରାଇବାପାଇଁ ଆଜି ଆଇ ଡ଼ି ବି ଆଇ ଭୁବନେଶ୍ୱର ମୁଁ ସଫେଇବାଲା କାର୍ଯ୍ୟକ୍ରମରେ ବି.ଏମ୍‌.ସି ସହିତ ଯୋଗ ଦେଇଛି ଏବଂ ଏହି ଅବସରରେ ପରିମଳର ବାର୍ତା ବାଂଟିବା ସହିତ ସହରର ବିଭିନ୍ନ ସ୍ଥାନରେ ନାଗରିକ ମାନଙ୍କୁ ମୁଁ ସଫେଇବାଲା କପଡ଼ା ବ୍ୟାଗ୍ ବଂଟନ କରାଯିବ । ଉଦ୍ଦେଶ୍ୟ ଏହିକି ଲୋକମାନଙ୍କୁ ପ୍ଲାଷ୍ଟିକ୍ ରୁ ବିମୁଖ କରି ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର ପାଇଁ ଉତ୍ସାହିତ କରିବା । ତେବେ ଏହି କାର୍ଯ୍ୟକ୍ରମରେ ସମୁଦାୟ ୫,୦୦୦ ଟି କମଡ଼ା ବ୍ୟାଗ୍ ବଂଟା ହେବାକୁ ସ୍ଥିର କରାଯାଇଥିବା ବେଳେ ଆଜି ବାପୁଜିନଗରରେ
୫୦୦ ଟି ବ୍ୟାଗ୍ ବଂଟା ହୋଇଛି । ଏହି ପ୍ରଚାର କ୍ୟାମ୍ପରେ ସ୍ୱେଚ୍ଛାସେବୀମାନେ ପରିମଳ ବାର୍ତା ବାଂଟିବା ସହିତ ସେଠାରେ ବଜାର ସଉଦା କରିବାକୁ ଆସିଥିବା ଉପସ୍ଥିତ ନାଗରିକ ମାନଙ୍କୁ ଡ଼ାକି ପଲିଥିନ୍ କ୍ୟାରୀବ୍ୟାଗ୍ ଏବଂ ଏକକ ବ୍ୟବହାର ପ୍ଲାଷ୍ଟିକ୍‌ର କୁପ୍ରଭାବ ଉପରେ ବୁଝାଇଥିଲେ ଏବଂ କପଡ଼ା ବ୍ୟାଗ୍ ବ୍ୟବହାର କରିବାକୁ କହି ସେମାନଙ୍କୁ ଖଣ୍ଡିଏ ଲେଖାଏଁ ଦେଇଥିଲେ ।
ସୂଚନାଯୋଗ୍ୟ କି, ପୂର୍ବରୁ ଏହି ରୀତିରେ ଆକ୍ସିସ୍ ବ୍ୟାଙ୍କ୍ ଏବଂ ବି.ଏମ୍‌.ସିର ମିଳିତ ସହଯୋଗରେ ୭,୫୦୦ ଟି ଏବଂ ଏଚ୍ ଡ଼ି ଏଫ୍ ସି ଏବଂ ବି.ଏମ୍‌.ସି ର ମିଳିତ ସହଯୋଗରେ ୫,୦୦୦ ଟି କପଡ଼ା ବ୍ୟାଗ୍ ବଂଟାଯାଇ ସହରର ବିଭିନ୍ନ ସ୍ଥାନରେ ସଚେତନତା ବାର୍ତା ବଂଟାଯାଇଛି ।