Odia News Portal

ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌

ଭୁବନେଶ୍ବର: ଦୁଇ ନାବାଳକଙ୍କୁ ୬୦ ହଜାର ଫାଇନ୍‌ । ଟ୍ରାଫିକ ଚେକିଂ ବେଳେ ସମ୍ବଲପୁର ଅଇଁଠାପାଲି ଛକରେ ଧରିଥିଲା ପୋଲିସ । ଦୁଇ ନାବାଳକଙ୍କ ମଧ୍ୟରୁ ଜଣଙ୍କ ବୟସ ୧୨ ବର୍ଷ ଓ ଅନ୍ୟ ଜଣଙ୍କ ବୟସ ୧୬ ବର୍ଷ ।

ଡ୍ରାଇଭିଂ ଲାଇସେନ୍‌ସ ନଥିବାରୁ ୫ହଜାର ଓ ନାବାଳକ ପାଇଁ ୨୫ହଜାର ଟଙ୍କା ଏପରି ଜଣ ପିଛା ମୋଟ ୩୦ ହଜାର ଟଙ୍କା ଲେଖାଏଁ ଚାଲାଣ କଟାଯାଇଛି।